ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଚାନ୍ଦବାଲିରେ ଶିଶୁର ମୃତ୍ୟୁ

Published By : Prameya-News7 Bureau | August 31, 2018 IST

ଭଦ୍ରକ ୩୧/୮: ବାପା ଡାକ୍ତର ଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରତିଷ୍ଠିତ ବଇଦ ହଲେ ପୁଅ ତାଙ୍କର ପଥକୁ ଅନୁସରଣ କରି ବେକାର ଯୁବକରୁ ରାତାରାତି ବନିଗଲେ ଡାକ୍ତର । ନିଜେ ରୋଗୀ ଦେଖିବା ସହ ନିଜର ଷଧ ଦୋକାନଟିଏ କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କଲେ । ଚୋର ଘର ସବୁଦିନ ଅନ୍ଧାର ନଥିବା ପରି  ଡାକ୍ତରଙ୍କ  ମୁଣ୍ଡ ପରେ ଛିଡ଼ିଲା ସିକା । ଜଣେ ବର୍ଷର ବାଳକ ଜ୍ବରରେ ପୀଡ଼ିତ ହୋଇ ଆସିଥିବାରୁ ତାଙ୍କୁ ଡାକ୍ତର ବାବୁ ଚିକିତ୍ସା କରି ଏମିତି ମେଡିସିନ ଦେଲେ ଯେ ବାଳକଟି ଗୁରୁତର ହୋଇ ପ୍ରଥମେ ଚାନ୍ଦବାଲି ,ଭଦ୍ରକ ପରେ କଟକ ରେଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ଶେଷରେ ଆଖି ବୁଜିଲେ ।   ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶ୍ବରପୁର ଗଁ।ର ଅମୂଲ୍ୟ ମହାନ୍ତିଙ୍କ  ପୁଅ ଆୟୁଷ୍ମାନ୍ ମହାନ୍ତିଙ୍କୁ  ଜ୍ବର ହେବାରୁ ତାଙ୍କ ପରିବାର ଲୋକ ଜଳେଶ୍ବରପୁର ଇଟୁଆ  ଚଢ଼େଇପଦା ଥିବା ଶାନ୍ତିଲତା ମେଡ଼କାଲକୁ ଆଣିଥିଲେ। ନକଲି ଡାକ୍ତର ସନ୍ତୋଷ କୁମାର ସାହୁ ଚିକିତ୍ସା କରି ଏମିତି ମେଡିସିନ ଲେଖିଲେ ଯେ ତାଙ୍କ ଔଷଧ ଖାଇ ଅକାଳରେ ଝଡ଼ିଗିଲା ନିଷ୍ପାପ୍ୟ ଶିଶୁର ଜୀବନ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.