Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଜିଗଲା ମାନବିକତା : ରାସ୍ତା କଡରେ ଶିଶୁର ମୃତଦେହ ଫିଙ୍ଗି ଚାଲିଗଲେ ବାପା ଓ ମା’

31/08/2019 at 12:54 PM

ଭୁବନ ୩୧୮: ହଜିଗଲା ମାନବିକତା। ଶିଶୁ ପୁତ୍ରର ମୃତ୍ୟୁ ପରେ ଜାତୀୟ ରାଜପଥ କଡରେ ଫୋପାଡି ଦେଇ ପଳାଇଗଲେ ଶିଶୁର ବାପା ମା। ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଗାଁର ଚିତ୍ତରଞ୍ଜନ ସ୍ବାଇଁଙ୍କ ୨ ମାସର ଶିଶୁପୁତ୍ରର ସ୍ବାସ୍ଥ୍ୟ ଖରାପ ଥିଲା। ଶିଶୁଟିକୁ କଟକରେ ଚିକିତ୍ସା କରି ଗତକାଲି ରାତିରେ ଏକ କାର୍ ଯୋଗେ ଘରକୁ ଫେରୁଥିଲେ ପରିବାର । ବାଟରେ ଶିଶୁଟିର ମୃତ୍ୟୁ ହେବାରୁ ଭୁବନ ଥାନା ଦୟଣାବିଲି ଛକ ନିକଟରେ ଜାତୀୟ ରାଜପଥ ୫୩ କଡରେ ଫୋପାଡି ଦେଇ ପଳାଇଥିଲେ। ଆଜି ସକାଳୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ପରିବାର ଲୋକ ପହଞ୍ଚି ମୃତଶିଶୁକୁ ନେଇ ଯାଇଥିଲେ।

   Related Posts