ଡଷ୍ଟବିନ୍‌ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

Published By : Prameya-News7 Bureau | May 29, 2019 IST

ଜୟପୁର ୨୯|୫: ପୌର ପାଳିକାର ଗାର୍ବେଜ ଡଷ୍ଟବିନରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ପାରାବେଡା ଅଂଚଳରେ । ତେବେ କିଏ ଓ କାହିଁକି ଏଭଳି ମୃତଶିଶୁକୁ ଏଠାରେ ଏମିତି ଫିଙ୍ଗି ଚାଲିଗଲା ତାହାର କାରଣ ଜଣାପଡି ନାହିଁ ।

{"id":117129}

ସକାଳୁ ସକାଳୁ ରାସ୍ତାରେ ଯାଉଥିବା କିଛି ଲୋକ ଏହା ଦେଖିଥିବା ବେଳେ ପରେ ପୌରପାଳିକାର ସଫେଈ କର୍ମଚାରୀ ଆସି ଶିଶୁଟିର ମୃତଦେହ ସେଠାରୁ ନେଇ ଯାଇଥିଲେ । ତେବେ କେହି ମୃତ ଶିଶୁକୁ ଜନ୍ମ ଦେବା ପରେ ଏଠାରେ ଏମିତି ଫିଙ୍ଗି ଚାଲିଯାଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.