୯ଘଣ୍ଟାଧରି ନିଖୋଜ ଶିଶୁର ମୃତଦେହ ଉଦ୍ଧାର : ଗୁଣିଗାରେଡି ପାଇଁ ବଳି ସନ୍ଦେହ, ଶେଷଥର ପାଇଁ ହନୁମାନ ମନ୍ଦିରରେ ଶିଶୁଟିକୁ ଦେଖିଥିଲେ ଲୋକେ

Published By : Prameya-News7 Bureau | May 25, 2019 IST

ବଲାଙ୍ଗୀର ୨୫|୫: ନିଖୋଜ ଶିଶୁର ମିଳିଲା  ମୃତ ଦେହ । ବଲାଙ୍ଗୀର ଚିମିନିଭାଟି ପଡା ଲକ୍ଷ୍ମୀ ନଗରରେ ଏହି  ଦୁଃଖଦ ଘଟଣାଟି ଘଟିଛି ।୫ବର୍ଷର ଶିଶୁଟି ଦୀର୍ଘ ସମୟ ଧରି ନିଖୋଜ ଥିଲା । ବହୁ ଖୋଜାଖୋଜି ପରେ ଲକ୍ଷ୍ମୀଜେର ନାଳରୁ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଥିଲା । ଶିଶୁଟିର ନିଖୋଜ ଓ ଅପମୃତ୍ୟୁକୁ ନେଇ  ସନ୍ଦେହ  ସୃଷ୍ଟି ହୋଇଥିବା ବେଳେ ଶିଶୁକୁ ବଳି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଘଟଣାକୁ ଆହୁରି ରହସ୍ୟମୟ କରିଛି । ବଲାଙ୍ଗୀର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

{"id":115848}

ହଜି ଯାଇ ଥିଲା, ଜୀବନ୍ତ ଫେରିଲାନି । ୯ ଘଣ୍ଟା ପରେ ମିଳିଲା ନିଖୋଜ ୫ ବର୍ଷ ଶିଶୁର ମୃତ ଦେହ ।ବଲାଙ୍ଗୀର ଚିମିନିଭାଟି ପଡା ଲକ୍ଷ୍ମୀ ନଗରରେ ଏହି ଘଟଣାକୁ ନେଇ ଏବେ ଶୋକ, ଭୟ ଓ ସନ୍ଦେହର ବାତାବରଣ ।ଶୁକ୍ରବାର ଶିଶୁଟି ନିଖୋଜ ନେଇ ବଲାଙ୍ଗିର ଟାଉନଥାନା ପୋଲିସରେ ଅଭିଯୋଗ ହୋଇଥିଲା  । ଦୀର୍ଘ  ୯ ଘଣ୍ଟା ପରେ ସଂଧ୍ୟା ସମୟରେ ଘର ପାଖ ଲକ୍ଷ୍ମୀଜୋର ନାଳ ପାଖରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା ।

{"id":115850}

ପରିବାର ଲୋକେ ତୁରନ୍ତ ତାକୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଆସିଥିଲେ । କିନ୍ତୁ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ ।ଶିଶୁର  ନାକରୁ ରକ୍ତ ବାହରୁ ଥିଲା। ମୁହଁ ଠାରୁ ହାତ ଗୋଡ ସବୁ କଳା ପଡିଯାଇଥିଲା । ତେବେ ଶିଶୁଟିର ଏପରି ଅସ୍ବାଭାବିକ ମୃତ୍ୟୁର କାରଣ ଅସ୍ପଷ୍ଟ । ଶିଶୁ ନିଖୋଜ ପଛରେ ହତ୍ୟା ଷଡଯନ୍ତ୍ର ରହିଛି କି  ? ପରିବାର ପକ୍ଷରୁ ଏହା ବଳି  ପାଇଁ ହତ୍ୟା ଅଭିଯୋଗ ଆସିବାପରେ ଏହା ଆହୁରି ରହସ୍ୟମୟ ହୋଇଛି ।

{"id":115849}

ନିଖୋଜ ଶିଶୁକୁ ଇଦ୍ଧାର କରିବାକୁ ତନାଘନା ବେଳେ , କିଛି ଲୋକ ଶିଶୁଟିକୁ ସୁଦପଡା ହନୁମାନ ମନ୍ଦିର ନିକଟରେ ଦେଖିଥିବା  ପୋଲିସକୁ କହିଥିଲେ। ସଂନ୍ଧ୍ୟାରେ ଶିଶୁର ଶବ ମିଳିଥିଲା । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଡଗ୍‌ ସ୍ବାର୍ଡ ସହ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ସହ , ଗୁଣି, ଗାରେଡି ସନ୍ଦେହର ମଧ୍ୟ ପତ୍ତା ଲଗାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

{"id":115851}

ନିଖୋଜ ଶିଶୁର ମୃତ ଦେହ ମିଳିବା ପରଠୁ ସ୍ଥାନୀୟ ଅଞ୍ଚଳରେ ଦୁଃଖ ଯେତିକି, ଆଶଙ୍କା-ଛନକା ବି ସେତିକି।  ତେବେ, ଗୁଣି ଗାରେଡି ଏବଂ ବଳି ନେଇ  ଲୋକଙ୍କ ସନ୍ଦେହ, ଘଟଣାକୁ ଅଧିକ ଜଟିଳ କରିଛି ଏବଂ ପୋଲିସ ପାଇଁ ମଧ୍ୟ ଏହାର  ତଦନ୍ତ  ଏକ ଚ୍ୟାଲେଞ୍ଜ  ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.