ବାପାର ଅସାବଧାନତା : ଧାନ ଅମଳ ଯନ୍ତ୍ରରେ ପଶି ୪ବର୍ଷ ପୁଅର ମୃତ୍ୟୁ
7/12/2018 at 10:59 AM

ଝାରସୁଗୁଡା ୦୭|୧୨: ଝାରସୁଗୁଡା ଜିଲ୍ଲା ବନହରପାଲ୍ଲୀ ଥାନା ଅନ୍ତର୍ଗତ ବରଙ୍ଗାମାଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଧାନ ଅମଳ ଯନ୍ତ୍ରରେ ପଶିଯାଇ ଜଣେ ୪ବର୍ଷର ବୟସ୍କ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁର ନାଁ ସୌମ୍ୟରଞ୍ଜନ ଭୋଇ ।
ଆଜି ସକାଳେ ବରଙ୍ଗମାଲର ଚାଷୀ କିଶୋର ଭୋଇ ନିଜ ଧାନ ଖଳାରେ ଧାନ ଅମଳ ଯନ୍ତ୍ର ସାହାଯ୍ୟରେ ଧାନ ମଳୁଥିଲେ । ଏହି ସମୟରେ ତାଙ୍କର ୪ବର୍ଷ ବୟସର ପୁଅ ସୌମ୍ୟ ସେହି ସ୍ଥାନରେ ଠିଆ ହୋଇଥିଲେ । ଧାନ ଅମଳ ଯନ୍ତ୍ର ଚଲାଇବାରେ ବ୍ୟସ୍ତ ଥିବା ବାପା କିଶୋର ଭୋଇ ପୁଅ ପାଖରେ ଠିଆ ହୋଇଥିବା କଥାକୁ ଭୁଲି ଯାଇଥିଲେ । ପୁଅ ସୌମ୍ୟ ନିଜ ଅଜଣାତରେ ଦୌଡି ଆସି ଅମଳ ଯନ୍ତ୍ର ଭିତରେ ପଶିଯାଇଥିଲେ । ଫଳରେ ଅମଳ ଯନ୍ତ୍ରରେ ଚାପିହୋଇ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ଏ ଘଟଣା ବନହରପାଲ୍ଲୀ ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021