ଖେଳୁଥିବା ବେଳେ ଧାନ ଉଁସା ହାଣ୍ଡିରେ ପଡି ଦେଢ ବର୍ଷର ଶିଶୁ ମୃତ

Published By : Prameya-News7 Bureau | October 20, 2019 IST

ଦେବଗଡ ୨୦।୧୦: ଦେବଗଡ ଥାନା ଅନ୍ତର୍ଗତ ସାମନ୍ତରାପାଲିରେ ଅଘଟଣ । ଧାନ ଉଁସା ହାଣ୍ଡିରେ ପଡି ଦେଢ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତକ ହେଲେ ବାବୁଲି ସାହୁଙ୍କ ପୁଅ ପ୍ରିନ୍ସ ସାହୁ । ଖେଳୁଥିବା ବେଳେ ଧାନ ଉଁସା ହାଣ୍ଡିରେ ପଡି ଯାଇଥିଲା ପ୍ରିନ୍ସ । ହାଣ୍ଡିରେ ପାଣି ଭର୍ତ୍ତି ଥିବାରୁ ବାହାରି ପାରିନଥିଲେ ପ୍ରିନ୍ସ ।

{"id":172140}

ପ୍ରିନ୍ସକୁ ନପାଇ ଘର ଲୋକେ ଖୋଜାଖୋଜି କରିଥିଲେ । ପରେ ହାଣ୍ଡି ଭିତରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାକୁ ପରିବାରଲୋକ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.