ପାଣି ଭର୍ତ୍ତି ଧାନ ଉଷୁଁଆ ହାଣ୍ଡିରେ ପଡି ଦେଢ ବର୍ଷ ଶିଶୁର ମୃତ୍ୟୁ

Published By : Prameya-News7 Bureau | November 14, 2019 IST

ରାଉରକେଲା ୧୪।୧୧: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ତାଇଂଦା ଗ୍ରାମରେ ପାଣି ହାଣ୍ଡିରେ ପଡି  ଦେଢ଼ ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି । ପରିବାର ଲୋକେ ଘରେ ଥିବାବେଳେ, ଘର ବାହାରେ ଥିବା ବଡ ହାଣ୍ଡିରେ ପାଣି  ଭର୍ତିହୋଇ ଥିଲା । ଶିଶୁ ପୁତ୍ର ଖେଳୁ ଖେଳୁ ହାଣ୍ଡିରେ ବୁଡି ଯାଇଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଛି ।

{"id":184091,"sizeSlug":"large"}

ଶିଶୁଟିକୁ ନପାଇ ଖୋଜା ଖୋଜି କରିବା ପରେ ପାଣି ହାଣ୍ଡିରେ ପଡିଥିବାର ପରିବାରଲୋକ ଦେଖିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ଶିଶୁକୁ ହାତିବାରି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ମାତ୍ର ଶିଶୁଟିର ମା’ର ମନ ବୁଝି ନଥିଲା । ଶିଶୁଟିକୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ ଯାଇଛନ୍ତି ପରିବାରଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.