ଖେଳୁଥିବା ବେଳେ ପୋଖରୀରେ ବୁଡି ଶିଶୁ ମୃତ

Published By : Prameya-News7 Bureau | May 30, 2019 IST

ସୋର ୩୦|୫:  ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ପାଣିରେ ବୁଡି ଶିଶୁର ମୃତ୍ୟୁ ହୋଇଛି । ବୀରେନ୍ଦ୍ର ସଙ୍କ ଦେଢ ବର୍ଷର ପୁଅ ହିମାଂଶୁ ଖେଳୁ ଖେଳୁ ପୋଖରୀରେ ପଡିଯାଇଥିଲେ । ପାଣିରେ ବୁଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ହିମାଂଶୁକୁ ଗ୍ରାମବାସୀମାନେ ପୋଖରୀରୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.