୧୦ ବର୍ଷର ଛୋଟ ପୁଅ ଉପରେ ଚଢ଼ିଗଲା ବସ୍‌, ମାତ୍ର ଗୋଟିଏ ବୋଲି ସନ୍ତାନ..

Published By : Prameya-News7 Bureau | January 20, 2020 IST

ଆଗ୍ରା୨୦/୧: ମାତ୍ର ୧୦ ବର୍ଷର ଛୋଟ ପୁଅ ଉପରେ ଚଢ଼ିଗଲା ବସ୍। ଘଟଣାସ୍ଥଳରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ଛୋଟ ପୁଅ। ସ୍ଥାନୀୟ ଲୋକେ ରାଗରେ ପ୍ରାଇଭେଟ୍ ବସ୍‌ରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଜାଗା ଛାଡ଼ି କୁଆଡ଼େ ଫେରାର୍ ହୋଇଯାଇଛି। ବର୍ତ୍ତମାନ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତାରେ ପିଲାର ଶବ ରଖି ଆନ୍ଦୋଳନ ଜାରି ରଖିଛନ୍ତି। ମଥୁରାର ମଣ୍ଟମୁଲା ନିକଟରେ ଏଭଳି ଅଘଟଣ ଘଟିଛି। ସ୍ଥାନୀୟ ପୋଲିସ୍‌ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ସତ୍ତ୍ବେ ସ୍ଥାନୀୟ ଲୋକେ ରାସ୍ତାରୁ ହଟି ନାହାନ୍ତି।

ସୂଚନାଯୋଗ୍ୟ ଯେ ମଣ୍ଟମୁଲାର ବାସିନ୍ଦା ମନୋଜ କୁମାରଙ୍କ ୧୦ ବର୍ଷର ପୁଅ ରାସ୍ତାରେ କଡ଼ରେ ଛିଡ଼ା ହୋଇଥିଲା। ସେହି ସମୟରେ ଟେଣ୍ଟିଗାଁ ଆଡ଼ୁ ଆସୁଥିବା ଏକ ପ୍ରାଇଭେଟ୍ ବସ୍ ପିଲା ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଥିଲା। ଉତ୍ତ୍ୟକ୍ତ ଗାଁ ଲୋକେ ବସ୍‌ରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତାରେ ପିଲାର ଶବ ରଖି ଆନ୍ଦୋଳନ ଜାରି ରଖିଛନ୍ତି।  

ମାତ୍ର ଗୋଟିଏ ବୋଲି ସନ୍ତାନ। ପୁଅର ମୃତ୍ୟୁ ପରେ ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି। ମନୋଜଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଛି। ଛୋଟ ପୁଅର ମୃତ୍ୟୁରେ ତାଙ୍କ ମାଆ ବାହୁନି ବାହୁନି କାନ୍ଦୁଛନ୍ତି। ଏପରି କି ବହୁଦିନ ପରେ ସ୍ବାମୀ- ସ୍ତ୍ରୀଙ୍କ କୋଳରେ ଭଗବାନ ଗୋଟିଏ ସନ୍ତାନ ଦେଇଥିଲେ। ତାକୁ ବି ଛଡ଼ାଇ ନେଲେ ଏଭଳି ଅନେକ କଥା କହି କୁନି ପୁଅର ମାଆ ବାହୁନି ବାହୁନି କାନ୍ଦୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.