Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କୁନି ପିଲାଙ୍କ ସଚେତନତା… କହୁଛନ୍ତି କରୋନାକୁ କୁହ ନା…

28/03/2020 at 7:43 PM

 ଭୁବନେଶ୍ବର ତା ୨୮. ୦୩ –  କୋଭିଡ୍ ୧୯ , ସମସ୍ତଙ୍କ ପାଟିରେ  ଗୋଟିଏ ଶବ୍ଦ କରୋନା । ମହାମାରି ଭାଇରସ୍‌ର ପ୍ରତିରୋଧକାରୀ ଔଷଧ ନାହିଁ । ଆରୋଗ୍ୟର ଏକ ନିର୍ଦ୍ଦିଷ୍ଟ ଏବଂ ନିସ୍ଚିତ ବାଟ ବି ଏ ଯାଏଁ ସ୍ପଷ୍ଟ ହୋଇନି . ତେବେ ମୁକାବିଲାର ରାସ୍ତା ଅଛି । ସଚେତନତା । ସତର୍କ, ସାବଧାନ ହେଲେ କରୋନାକୁ ଦୂରେଇ ହେବ । ସାମାଜିକ ଦୂରତା ଏକ ବଡ କଥା । ତା ସହ ସଚେତନ ରହିବା ଜରୁରି । ସେଥିଲାଗି ତିନି ସପ୍ତାହର ଲକ୍ ଡାଉନ ଘୋଷଣା କରିଛନ୍ତି ସରକାର । ଆର୍ଥିକ ପ୍ୟାକେଜ ବି ଘୋଷଣା କରିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର । ଏତେ ସବୁ ଭିତରେ କିନ୍ତୁ ସରକାରଙ୍କ ବଡ଼ ଘୋଷଣା ହେଲା ସାମାଜିକ ଦୂରତା । ଘରେ ରୁହନ୍ତୁ ନିହାତି ଜରୁରି ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ତେବେ ଏମିତି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ  ଜନସାଧାରଣଙ୍କୁ ଅନେକ କଥା କହିବା ବେଳେ,ପରାମର୍ଶ ଦେବାବେଳେ ଛୋଟ ପିଲାଙ୍କ ଲାଗି ବି ରଖିଚନ୍ତି ବାର୍ତ୍ତା । ପିଲାହ୍କୁ “ ବାଲ୍‌ ସେନା  “ ଅଭିହିତ କରି କହିଛନ୍ତି ଏହି ବାଲ୍‌ ସେନା ହିଁ ପରାବାରର ବଡ଼ଙ୍କୁ ବାହାରକୁ ନଯିବାକୁ ବାରଣ କରିବ । ଆଉ ମୋଦିଜୀଙ୍କ ଏହି ଆହ୍ବାନ ଏବେ ବେସ୍‌ କାମ କରୁଛି । ପିଲାଏ ତତ୍ପର . ତାହା କହୁଛି ସୋସିଆଲ ମିଡିଆ ।

 ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ପାଲି ମାନେ ଲକ୍‌ଡାଉନ କତା କହି କରୋନା ସଚେତନତାର ବାର୍ତ୍ତାକୁ ଆହୁରି ପ୍ରଭାବୀ କରୁଛନ୍ତି । ଏମିତି ଏକ ଦୁଇ ଟି ଭିଡିଓ ଆମେ ନେଇଛୁ ଦୁଇଟି କୁନି ଝିଅଙ୍କର । ଭଲ ଭାବେ କହିବା ଜାଣି ନଥିବା ଶିଶୁଙ୍କ  ସ୍ବରରେ କିନ୍ତୁ କରୋନା ସଚେତନତାର ଦମଦାର ମେସେଜ୍‌ । ସତର୍କ ରୁହନ୍ତୁ, ଘରୁ ବାହାରକୁ ଯାଆନ୍ତୁ ନାହିଁ।

 ଦୁଇଟି ଭିଡିଓ। ଦୁଇଟି କୁନି ଝିଅ, ବେଶ୍ ସୁନ୍ଦରଭାବେ କରୋନା ନେଇ କରୁଛନ୍ତି ସଚେତନ । ସୋସିଆଲ ମିଡିଆରେ ଭେଶ୍ ଭାଇରାଲ ଏହି ଦୁଇଟି ଭିଡିଓ ।  କୋରାପୁଟ ଜିଲ୍ଲା ଜୟପୁରର ସମୃଦ୍ଧି । ମାତ୍ର ୬ ବର୍ଷର ଝିଅଟି । ସୁନ୍ଦରଭାବେ ସେ ଦେଉଛି ସଚେତନତାର ବାର୍ତ୍ତା । ବେଶ୍ ଭଲ ବାବେ ବୁଝାଉଛି କେମିତି ରହିବେ ସାବଧାନ ।

ଠିକ୍‌ ସେହିଭଳି ଆଉ ଏକ ଭିଡିଓରେ ଭୁବନେଶ୍ବରର ଆୟୋଶା , କହୁଛନ୍ତି ଘରୁ ବାହାରନ୍ତୁ ନାହିଁ । ଲକ୍‌ଡାଉନରେ ବାହାରକୁ ଯାଇ  ଘରକୁ ବିପଦ ଆଣନ୍ତୁନି । ମାତ୍ର ୫ ବର୍ଷ ବୟସର ଏହି କୁନି ଝିଅର କତା କରୋନା ନେଇ ସଚେତନତାର ଏକ ପ୍ରଭାବୀ ଢଙ୍ଗ ନିଶ୍ଚୟ ।

 ଲକ୍‌ଡାଉନ ବେଳେ ବିନା କାରଣରେ ବାହାରେ ବୁଲି ପୋଲିସ  ପାଇଁ ମୁମ୍ଡ ବ୍ୟତାର କାରଣ ହେବାକୁ ଅନେକ ବାହଦୂରି ଭାବୁଥିବା ବେଳେ , କରୋନା ସଂକ୍ରମମକୁ ବେଖାତିର କରି  ସମାଜ ଲାଗି ବିପଦ ବରଣ କରୁଥିବା ବେଳେ ଏହି କୁନି ଝିଅଙ୍କ ଏହି କଥା ଏକ ଜବାବ ନୁହେଁ କି । ଏବେ  ଗ୍ୟାଜେଟ ଏଜ୍‌ରେ ମୋବାଇଲେ ରେ ଏହା ଏକ ସୃଜନଶୀଳତା, ଟାଇମ୍‌ପାସ୍ ଯାହା କିଛି କହିଲେ ବି ସଚେତନତାର ଯେ ଏହା  ଏକ ଷ୍ଟ୍ରଙ୍ଗ ମିଡିୟମ ତାହା  ନିଶ୍ଚିତ ।

   Related Posts