Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସରକାରୀ କର୍ମଚାରୀଙ୍କ ପାଇଁ ଖୁସୀ ଖବର : ମହିଳାଙ୍କ ଭଳି ପୁରୁଷ କର୍ମଚାରୀଙ୍କୁ ଏବେ ମିଳିବ ଶିଶୁ ଜତ୍ନ ଛୁଟି, ହେଲା ଗେଜେଟ ନୋଟିଫିକେଶନ

27/12/2018 at 8:15 PM

ନୂଆଦିଲ୍ଲୀ୨୭/୧୨: ମହିଳାଙ୍କ ଭଳି ଏବେ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ମିଳିବ ଶିଶୁ ଜତ୍ନ ଛୁଟି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଛୁଟି ନିୟମକୁ ସଂଶୋଧନ କରି କେନ୍ଦ୍ର ସରକାର ପୁରୁଷ କର୍ମଚାରୀଙ୍କୁ ଏହି ଉପହାର ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ କେବଳ ମହିଳାଙ୍କୁ ହିଁ ଏହି ସୁବିଧା ମିଳୁଥିଲା ।

ପ୍ରତ୍ୟେକ ଯୋଗ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୭୩୦ଦିନର ଚାଇଲ୍ଡ କେୟାର ଲିଭ ବା ଶିଶୁ ଜତ୍ନ ଛୁଟି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି . କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଛୁଟି ନିୟମ ସଂଶୋଧନ କରି ସରକାର ଗେଜେଟ ନୋଟିଫିକେଶନ କରିଛନ୍ତି । ଯେଉଁ କର୍ମଚାରୀ ସିଙ୍ଗିଲ ଫାଦର ହୋଇଥିବେ ଏବଂ ତାଙ୍କର  ସନ୍ତାନ ୧୮ ବର୍ଷରୁ କମ ବୟସର ହୋଇଥିବ ସେମାନେ ଏହି ସୁବିଧା ହାସଲ କରିପାରିବେ ।  କେବଳ ଏତିକି ନୁହେଁ କର୍ମଚାରୀଙ୍କ ଅର୍ଜିତ ଛୁଟି ନିୟମରେ ମଧ୍ୟ ସଂଶୋଧନ କରାଯାଇଛି । ପ୍ରତ୍ୟେକ ବର୍ଷ ଜାନୁଆରୀ ଏବଂ ଜୁନ ମାସର ପ୍ରଥମ ଦିନରେ ୫ଦିନ ଲେଖାଏଁ ଅର୍ଜିତ ଛୁଟି ସେମାନଙ୍କୁ ଛୁଟି ଖାତାରେ ଜୋଡି ହେବ ।

ସୂଚନାଯୋଗ୍ୟ ଯେ, ସପ୍ତମ ବେତନ କମିଶନ ଏକଲା ପିତଙ୍କୁ ସେମାନଙ୍କ ନାବାଳିକ ସନ୍ତାନଙ୍କ ଦାୟିତ୍ବ ନେବା ପାଇଁ ସହୟତା ଲାଗି ଉଦ୍ୟମ କରିଥିଲେ । ସେହି ରିପୋର୍ଟ ଆଧାରରେ ଏଭଳି ସଂଶୋଧନ କରାଯାଇଛି । ୬ଷ୍ଠ ବେତନ କମିଶନ ମଧ୍ୟ ଏକଲା ପିତାଙ୍କୁ ସିସିଏଲ ଆକାରରେ ଛୁଟି ଦେବା ପାଇଁ ସୁପାରିସ କରିଥିଲେ ।

ନାବାଳିକ ସନ୍ତାନଙ୍କ ଦେଖାଶୁଣା ପାଇଁ ପୁରୁଷ କର୍ମଚାରୀଙ୍କୁ ଛୁଟି ପ୍ରଦାନ ବ୍ୟବସ୍ଥା ବିଭିନ୍ନ ଦେଶରେ ରହିଛି । ଔଦ୍ୟୋଗିକ କ୍ଷେତ୍ରରେ ବେଶ ବିକାଶ କରିଥିବା ଆମେରିକା ଏକମାତ୍ର ଦେଶ ଯେଉଁଠାରେ ନାବାଳିକ ସନ୍ତାନଙ୍କ ଦେଖାଶୁଣା ପାଇିଁ ସବୈତନିକ ଛୁଟି ବ୍ୟବସ୍ଥା ନାହିଁ। ଏଠାରେ ପ୍ରଚଳିତ ପରିବାର ଓ ସ୍ବାସ୍ଥ୍ୟ ଆଇନ ୧୯୯୩ ଅନୁସାରେ ପିଲାଙ୍କ ଦେଖାରଖା ପାଇଁ ଜଣେ କର୍ମଚାରୀ ୧୨ ସପ୍ତାହର ଅବୈତନିକ ଛୁଟି ନେଇପାରିବେ ।

   Related Posts