ଘର ଅଗଣାରେ ଖେଳୁଥିବାବେଳେ ଭାତ ହାଣ୍ଡିରେ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର

Published By : Prameya-News7 Bureau | January 06, 2019 IST

ଆନନ୍ଦପୁର ୬/୧ : ଆନନ୍ଦପୁର ଘସିପୁରା ଥାନା କେଶଦୁରାପାଳ ଗାଁର ମୁଖୀ ସାହିରେ ଅଘଟଣ ଘଟିଛି | ଏକ ଦେଢବର୍ଷ ଶିଶୁ ଭାତହାଣ୍ଡିରେ ପଡି ଗୁରୁତର ହୋଇଛି | ଗୁରୁତର ଶିଶୁକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇଛି |

ସୂଚନାଯୋଗ୍ୟ ଯେ, ଗାଁର ଚିନ୍ତାମଣି ମୁଖୀଙ୍କ ଦେଢବର୍ଷର ପୁଅ ଆଜି ସକାଳେ ଘର ଅଗଣାରେ ଏକାକି ଖେଳୁଥିଲା | ଘର ଅଗଣାରେ ଚୁଲିରେ ଭାତ ବସିଥିଲା | ଖେଳୁଥିବା ସମୟରେ ଚୁଲିରେ ବସିଥିବା ଭାତହାଣ୍ଡିରେ ଶିଶୁଟି ପଡିଯାଇଥିଲା | ଅଗଣାରେ ଘର ଲୋକ କେହି ନଥିଲେ | ପିଲାଟିର ଚିତ୍କାର ଶୁଣି ପରିବାର ଲୋକେ ବାହାରକୁ ଦଉଡି ଆସିଥିଲେ | ଆସି ଦେଖିଲେ ଶିଶୁ ଭାତ ହାଣ୍ଡିରେ ପଡିଯିବାରୁ ତା ଉପରେ ଗରମ ଭାତ, ପେଜ ପଡିଯାଇଛି | ଶିଶୁର ଶରୀରର ପ୍ରାୟ ୪୦ପ୍ରତିଶତ ପୋଡିଯାଇଥିଲା | ତାକୁ ସଂଗେସଂଗେ ଆନନ୍ଦପୁର ହସ୍ପିଟାଲ ନିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.