ରାତିରେ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଥାଏ ଏହି ଖାସ ଗୁଣ, ଏଭଳି ହୋଇଥାଏ ସେମାନଙ୍କର ସ୍ବଭାବ

Published By : Prameya-News7 Bureau | May 29, 2019 IST

ଶିଶୁର ଜନ୍ମ ସମୟ ତାର ଗୁଣ ଓ ସ୍ବଭାବ ନିର୍ଦ୍ଧାରଣ କରିଥାଏ। ଏଣୁ ଜ୍ୟୋତିଷରେ ଶିଶୁର ଜନ୍ମ ସମୟ ଓ କାଳକୁ ଅଧିକ ଗୁରୁତ୍ବ ଦିଆଯାଏ। କିଛି ଲୋକ ବହୁତ ବିଶ୍ବାସୀ ହୋଇଥାନ୍ତି, ତ କିଛି ଲୋକ ସେମାନଙ୍କ ସମ୍ପର୍କ ତୁଲାଇବାରେ ବେସ୍ ଓସ୍ତାଦ, କିଏ ଲୋକଙ୍କ ଗହଳିରେ ରହିବାକୁପସନ୍ଦ କରନ୍ତି ତ ଆଉ କିଏ ଏକାକୀ ରହିବାକୁ ଭଲ ପାଆନ୍ତି। ଲୋକଙ୍କର ଏହି ସବୁ ଗୁଣ   ସେମାନଙ୍କ ଜନ୍ମ ଜାତକ ଅନୁସାରେ ହୋଇଥାଏ ବୋଲି ଜ୍ୟୋତିଷୀ କୁହନ୍ତି। ଏହି କ୍ରମରେ ରାତିରେ ଜନ୍ମିତ ଶିଶୁଙ୍କଠାରେ କେତେକ ଖାସ ଗୁଣ ଦେଖାଯାଇଥାଏ, ଯାହା ଦିନରେ ଜନ୍ମିତ ଶିଶୁଙ୍କ ନିକଟରେ  ଦେଖାଯାଏନି। ରାତିରେ ଜନ୍ମିତ ଶିଶୁଙ୍କର ଏହି ସବୁ ଖାସ ଗୁଣ କ’ଣ ଆସନ୍ତୁ ଜାଣିବା।

{"id":117313}

ଜ୍ୟୋତିଷ ଅନୁସାରେ ଯେଉଁ ଶିଶୁମାନେ ରାତ୍ରିରେ ଜନ୍ମିତ ସେମାନେ ଦାର୍ଶନିକ ପ୍ରବୃତ୍ତିର ହୋଇଥାନ୍ତି। ପ୍ରାୟତଃ ସେମାନଙ୍କୁ ଚିନ୍ତନ ଓ ମନନରେମଗ୍ନ ଥିବା ଦେଖାଯାଏ। ଏହି ସମୟରେ ଡନ୍ମିତ ଶିଶୁମାନେ ଯେ କୌଣସି ସମସ୍ୟାର ସମାଧାନର ବାଟ  ବେଶ୍ ଶୀଘ୍ର ବାହାର କରିପାରନ୍ତି। ଯାହା ଦିନରେ ଜନ୍ମିତ ଶିଶୁଙ୍କ ଠାରେ କମ୍ । ପାଠପଢା ହେଉ କି ବ୍ୟକ୍ତିଗତ ଜୀବନରେ ସମସ୍ୟା ସମାଧାନ କରିବାରେ ରାତ୍ରିରେ ଜନ୍ମିତ ଶିଶୁ ବେଶ୍ ମାହିର ବୋଲି କୁହେ ଜ୍ୟୋତିଷ ଶାସ୍ତ୍ର।

{"id":117314,"width":579,"height":294}

ଏଭଳି ଶିଶୁମାନେ କେବଳ ସମସ୍ୟା ସମାଧାନ ନୁହେଁ ବ୍ୟବହାର କୁଶଳୀ ମଧ୍ୟ । ଏଣୁ ସେମାନେ ସେମାନଙ୍କର ପ୍ରତ୍ୟେକ ସମ୍ପର୍କକୁ ବେଶ ତୁଲାଇପାରିଥାନ୍ତି। ପରବର୍ତ୍ତି ଜୀବନରେ ଏମାନେ ଖୁବ୍ ବିଶ୍ବାସୀ ବନ୍ଧୁ ମଧ୍ୟ ସାବ୍ୟସ୍ତ ହୁଅନ୍ତି। ଏହି ଶିଶୁମାନଙ୍କ ଠାରେ ଗଭୀର ଆତ୍ମବିଶ୍ବାସ ଥାଏ। ଆତ୍ମବିଶ୍ବାସ ରହିବା କିଛି ଖରାପ ନୁହେଁ ହେଲେ ଅଧିକ ଆତ୍ମବିଶ୍ବାସୀ ହୋଇ ଏମାନେ କେବେ କେବେ ପରର ସମାଲୋଚନା ମଧ୍ୟ କରନ୍ତି । ଯାହାକି ସେମାନଙ୍କ ପାଇଁ ନକରାତ୍ମକ ହୋଇଥାଏ।

{"id":117315}

ଏମିତିରେ ଶିଶୁମାନେ ମାକୁ ବେଶି ଭଲ ପାଆନ୍ତି । ହେଲେ ରାତିରେ ଜନ୍ମିତ ଶିଶୁଙ୍କର ମା ହିଁ ଜୀବନସାରା ସବୁକିଛି ହୋଇ ରହିଥାନ୍ତି। ଏଭଳି ଶିଶୁମାନେ ବହୁତ ଅଧିକ ପରିଶ୍ରମୀ ହେବା ସହ ସେମାନେ ପ୍ରତ୍ୟେକ କାମରେ ପରଫେକ୍ସନ ଚାହାନ୍ତି। ଏମାନେ ବହୁତ ରୋମାଣ୍ଟିକ, ଏଣୁ ସଙ୍ଗିତ ପ୍ରୀୟ ବୋଲି ମଧ୍ୟ ଜ୍ୟୋତିଷିୟ ଗବେଷଣାରୁଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.