Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଚିକୁନ ବିଶ୍ୱାଳଙ୍କ ହତ୍ୟା ମାମଲା: ପେଷାଦାର ଅପରାଧୀ ବଳି ଓ ଲିପୁନ ସହ ୫ ଗିରଫ

25/06/2020 at 7:41 PM

ଢ଼େଙ୍କାନାଳ୨୫/୬: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଚିକୁନ ବିଶ୍ୱାଳ ହତ୍ୟା କାଣ୍ଡ ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ସଦର ପୁଲିସ୍‌ ଗିରଫ କରିଛି । ଏହି ହତ୍ୟା ମାମଲାରେ ମୋଟ ୧୧ ଜଣ ସଂପୃକ୍ତ ଥିବା ପୁଲିସ୍‌ ତଦନ୍ତରୁ ଜଣା ପଡିଥିବା ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ। ଅପର ପକ୍ଷରେ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଠେଙ୍ଗା ,ପଥର ଆଦିକୁ ଜବତ କରିଛି ପୁଲିସ ।

ଗିରଫ ମାନଙ୍କ ମଧ୍ୟରେ ପେଷାଦାର ଅପରାଧୀ ଢେଙ୍କାନାଳ ସହର ବାଜିଚୌକର ବଳି ଓରଫ ଶ୍ରୀକାନ୍ତ ରଣା ଓ କାଙ୍କଡ଼ପାଳର ଲିପୁନ ସାମଲ ସମେତ ପ୍ରଶାନ୍ତ ସାହୁ,ବ୍ରହ୍ମାନନ୍ଦ ସାମଲ,ଅଜୟ ସାହୁ ଅନ୍ତର୍ଭୁକ୍ତ । ଗିରଫ ବଳି ନାମରେ ଗୁଳିକାଣ୍ଡ ଠାରୁ ଆରମ୍ଭ କରି ଜଂଘନ୍ୟ ଅପରାଧ ଭଳି ୧୩ଟି ମାମଲା ଓ ଲିପୁନ ନାମରେ ୮ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି ।

ଗତ ୧୪ ତାରିଖରେ ସାମାନ୍ୟ ବଚସାରୁ ତରଭା ଗ୍ରାମର ଚିକୁନ ବିଶ୍ୱାଳକୁ ଉଠାଇ ନେଇ ଥିଲେ । ପରେ ସଦର ଥାନା ଅନ୍ତର୍ଗତ ରାଇପୁର ଜଙ୍ଗଲରେ ଅତି ନୃଶଂସ ଭାବେ ତାକୁ ପିଟି ପିଟି ପଥରରେ ଛେଚି ହତ୍ୟା  କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ।  ତେବେ ମୃତ ଚିକୁନଙ୍କ ପରିବାରର ଅଭିଯୋଗ ମୁତାବକ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ହତ୍ୟା କାଣ୍ଡରେ ୧୧ ଜଣ ସଂପୃକ୍ତ ଥିବା ବେଳେ ଅବଶିଷ୍ଟ ୬ଜଣ ଫେରାର ଥିବା ଜଣାପଡିଛି ।

   Related Posts