Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁକୁ ଗାଁ ବ୍ୟାପୁଛି ହାଡଫୁଟି ରୋଗ

7/06/2018 at 6:45 AM

ରେଢାଖୋଲ ବ୍ଲକ ଭରତାପୁର ପଞ୍ଚାୟତରେ ଗାଁକୁ ଗାଁ ବ୍ୟାପୁଛି ହାଡଫୁଟି ରୋଗ । ଚୁଡାପୁଡୁକ ଗାଁରେ ହାଡଫୁଟିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୫ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଅନ୍ଧବିଶ୍ବାସ ଯୋଗୁଁ ଲୋକେ ମୃତକଙ୍କ ଶବ ସତ୍କାର ମଧ୍ୟ କରିନାହାନ୍ତି । ତାଲପାଲି, ପୁରୁଣା ବସ୍ତି, ବଡଖୋଲ, ଭରତପୁର ଗାଁରେ ମଧ୍ୟ ଲୋକେ ହାଡଫୁଟିରେ ଆକ୍ରାନ୍ତ ହୋଇଛନ୍ତି । ସମ୍ବଲପୁର ବିଜେଡି ସଭାପତି ଆକ୍ରାନ୍ତ ଗାଁ ବୁଲିଛନ୍ତି । ଜିଲ୍ଲାପାଳ ଓ ସିଡିଏମ୍ଓ ମଧ୍ୟ ଆକ୍ରାନ୍ତଙ୍କୁ ଭେଟିଛନ୍ତି । ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା କରୁଛନ୍ତି ।

Leave a Reply

   Related Posts