Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଚିକେନ୍ ବଜାର ଉପରେ କରୋନା ଗୁଜବର ଝଟ୍‌କା : ବିକ୍ରି ୫୦ ପ୍ରତିଶତ କମିଛି , ଚିନ୍ତାରେ ଚାଷୀ ଓ ବ୍ୟବସାୟୀ

28/02/2020 at 12:00 PM

ନୂଆଦିଲ୍ଲୀ ୨୮।୦୨: କରୋନା ଭାଇରସ ଏବେ ସାରା ବିଶ୍ବରେ ବ୍ୟାପି ସାରିଛି । ଚୀନ୍‌ରେ କରୋନା ଯୋଗୁଁ ୨୬ଶହରୁ ଅଧିକ ମୃତ୍ୟୁ ହୋଇସାରିଥିବା ବେଳେ ୭୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । କରୋନା ଭୂତାଣୁ ଏବେ ୩୧ଟିରୁ ଅଧିକ ଦେଶକୁ ବ୍ୟାପିସାରିଲାଣି । ତେବେ କରୋନା ଭାଇରସର ଆତଙ୍କ ଯୋଗୁଁ ବାଣିଜ୍ୟ ଉପରେ ପ୍ରଭାବ ପଡିଥିବା ବେଳେ ଏବେ ଭାରତରେ କୁକୁଡା ମାଂସ ବିକ୍ରି ଉପରେ ମଧ୍ୟ ପ୍ରଭାବ ପଡିଛି । ଯାହାଦ୍ବାରା ଗୋଟିଏ ମାସକ ମଧ୍ୟରେ କୁକୁଡା ମାଂସ ବିକ୍ରି ୫୦ପ୍ରତିଶତ ହ୍ରାସ ପାଇଥିବା ବେଳେ । କୁକୁଡା ଦାମ୍‌ରେ ୭୦ପ୍ରତିଶତ ହ୍ରାସ ପାଇଛି । ଯାହାକୁ ନେଇ ବ୍ୟବସାୟୀମାନେ ଚିନ୍ତିତ ହୋଇପଡିଛନ୍ତି ।

Godrej Agrovetର ଜଣେ ଅଧିକାରୀଙ୍କ ଅନୁଯାୟୀ ,ଭାରତରେ କୁକୁଡା ମାଂସ ଯୋଗୁଁ କରୋନା ଭାଇରସ ବ୍ୟାପୁଛି ବୋଲି ମିଥ୍ୟା ଖବର ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାଦ୍ବାରା କୁକୁଡା ବ୍ୟବସାୟୀମାନେ ମାନ୍ଦାର ସମ୍ମୁଖୀନ ହେବାକୁ ପଡିଛି । ଦେଶର ସମସ୍ତ Godrej Agrovetର ଶାଖାରେ
କୁକୁଡା ମାଂସ ବିକ୍ରିରେ ହ୍ରାସ ପାଇଛି । ସରକାରଙ୍କ ପକ୍ଷରୁ ସୋସିଆଲ୍‌ ମଡିଆରେ ପ୍ରଚାର ହେଉଥିବା ଖବର ଉପରେ ରୋକ୍‌ ଲାଗିବା ଦରକାର ।

କୁକୁଡା ମାଂସ ଖାଇବା ଦ୍ବାରା କୌଣସି ପ୍ରକାରରେ କରୋନା ଭାଇରସ ରୋଗ ବ୍ୟାପିବ ନାହିଁ ବୋଲି ସରକାର ଦେଶବାସୀଙ୍କ ପରାମର୍ଶ ଦେଇସାରିଛନ୍ତି । କିନ୍ତୁ ଏଦିଗରେ ରାଜ୍ୟ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଯେଉଁମାନେ ଏପରି ମିଥ୍ୟା ଖବର ପ୍ରଚାର ପ୍ରସାର କରୁଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ମିଥ୍ୟା ଖବର ପ୍ରସାର ଉପରେ ରୋକ ଲାଗି ଦରକାର । ସେହିପରି ଭାରତରେ କୁକୁଡା ମାଂସ ଖାଇବା  ନିରାପଦ । ଏଭଳି ମିଥ୍ୟା ଖବର ପାଇଁ ଗୋଟିଏ ମାସକ ମଧ୍ୟରେ କୁକୁଡା ମାଂସ ବିକ୍ରିରେ ୫୦ପ୍ରତିଶତ ହ୍ରାସ ପାଇଥିବା ବେଳେ ଦାମ୍‌ରେ ୭୦ପ୍ରତିଶତ ହ୍ରାସ ପାଇଛି ।

ଗତ କିଛି ସପ୍ତାହ ମଧ୍ୟରେ କୁକୁଡା ମାଂସ ବିକ୍ରିରେ ବହୁ ପରିମାଣରେ ହ୍ରାସ ପାଇଛି । ପର୍ବ ସପ୍ତାହରେ ୭.୫କୋଟିର କୁକୁଡା ବିକ୍ରି ତୁଳନାରେ ବର୍ତ୍ତମାନ ସପ୍ତାହରେ ଏହା ଖସିଯାଇଛି । ଚଳିତ ସପ୍ତାହରେ ଏହା ଖସିଯାଇ ୩.୫କୁ ଆସିଯାଇଛି । ଯାହାଦ୍ବାରା ମାସକ ମଧ୍ୟରେ କୁକୁଡାର କିଲୋଗ୍ରାମର ଦାମ୍‌ ଉପରେ ପ୍ରଭାବ ପଡିଛି । ପ୍ରତି କିଲୋଗ୍ରାମ୍‌ ପିଛା ଥିବା ଦାମ୍‌ ହ୍ରାସ ପାଇଯାଇଛି । ଯାହାକୁ ନେଇ ବ୍ୟବସାୟୀମାନେ ଚିନ୍ତିତ ଅଛନ୍ତି । ଏବଂ କହିଛନ୍ତି ଯେ, ଯଦି ସୋସିଆଲ୍‌ ମିଡିଆରେ ପ୍ରସାର ହେଉଥିବା ମିଥ୍ୟା ଖବର ଉପରେ ରୋକ ଲଗାନଯାଏ । ତେବେ ଆଗାମୀ ଦିନରେ ବଜାରରେ ଏହାର ପ୍ରଭାବ ଖୁବ୍‌ ପଡିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।  

   Related Posts