ବାର୍ଡଫ୍ଲୁ- ମରାହେବେ ଓୟୁଏଟିର ଏକ କିଲୋମିଟର ଭିତରେ ଥିବା କୁକୁଡା

Published By : Prameya-News7 Bureau | January 27, 2020 IST

ଭୁବନେଶ୍ୱର ୨୭।୦୧ - ଓୟୁଏଟି କ୍ୟାମ୍ପସରେ ବାର୍ଡ ଫ୍ଲୁ । ଓୟୁଏଟି ପଲଟ୍ରୀ ସାଇନ୍ସ ବିଭାଗ ପରିସରରେ ଥିବା କୁକୁଡା ଫାର୍ମରେ କୁକୁଡା ମଡକ ହୋଇଥିଲା। ମୃତ କୁକୁଡା ଗୁଡିକୁ ଓୟୁଏଟି ପକ୍ଷରୁ ପୋତି ଦିଆଯାଇଥିଲା । ତେବେ କାହିଁକି କୁକୁଡା ମଡକ ହୋଇଛି ତାହା ଜାଣିବାକୁ ପଲଟ୍ରୀ ଫାର୍ମରେ ଥିବା କୁକୁଡାଙ୍କ ରକ୍ତ ନମୁନା ଭୋପାଳ ସ୍ଥିତ ନାସନାଲ ଇନଷ୍ଡିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ କୁ ପରୀକ୍ଷା ପାଇଁ ପଠାଯାଇଥିଲା ।

{"id":216750,"sizeSlug":"large"}

ଏହୀ ସାମ୍ପଲରେ ବାର୍ଡ ଫ୍ଲୁ ଥିବା ଜଣାଯାଇଛି । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ଜଣାଇ ଦିଆଯାଇଥିବା ନେଇ ଓୟୁଏଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଓୟୁଏଟି କର୍ତ୍ତୃପକ୍ଷ ଫାର୍ମ ଭିତରକୁ କାହାକୁ ପ୍ରବେଶ ନକରିବାକୁ କଟକଣା ଜାରି କରିଛନ୍ତି । ୩ ଦିନ ତଳେ ଓୟୁଏଟି କୁକୁଡା ଫାର୍ମରେ କୁକୁଡା ମଡ଼କ ଦେଖିବାକୂ ମିଳିଥିଲା । କୁକୁଡ଼ା ମଡ଼କ ପରେ ଓୟୁଏଟି ପକ୍ଷରୁ ସ୍ବାସ୍ଥ୍ୟ ଓ ପଶୁ ସମ୍ପଦ ବିଭାଗକୁୁ ଜଣାଇ ଦିଆଯାଇଥିଲା । ଏବେ ଫାର୍ମ ଚାରିପାଖରେ ବିଶୋଧକ ଦିଆଯିବା ସହ ସଫା ସୁତୁରା କରାଯାଇଛି । ତେବେ ଭୋପାଳକୁ ପଠାଯାଇଥିବା ରକ୍ତ ନମୂନା ଆସିଯାଇଥିବା ସୂଚନା ମିଳିଥିଲେ ବି ଓୟୁଏଟି କର୍ତୃପକ୍ଷ ତାହା ସାର୍ବଜନୀନ କରି ନାହାନ୍ତି ।

{"id":216668,"sizeSlug":"large"}

କୁହାଯାଉଛି ଘଟଣାକୁ ଓୟୁଏଟି କର୍ତ୍ତୃପକ୍ଷ ଚପାଇ ଦେବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ । କିନ୍ତୁ ଏହି ଘଟଣା ଏବେ ପ୍ରଘଟ ହୋଇଛି ଏବଂ ଭୋପାଳରୁ ଆସିଥିବା ରକ୍ତ ନମୂନା ରିପୋର୍ଟରେ ବାର୍ଡ ଫ୍ଲୁ ପଜିଟିଭ୍ ଥିବା କୁହାଯାଉଛି । ଓୟୁଏଟି କର୍ତୃପକ୍ଷ ଏନେଇ ମୁହଁ ଖୋଲୁ ନାହାନ୍ତି । ନ୍ୟୁଜ୍ ସେଭେନରେ ପ୍ରଥମେ ଏ ଖବର ପ୍ରସାରଣ ପରେ ସରକାର ଓୟୁଏଟି କର୍ତୃପକ୍ଷଙ୍କୁ ଡାକି କୃଷି ଭବନରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି ।

ଲୋକ ମାନଙ୍କୁ ବାର୍ଡ ଫ୍ଲୁ ଉପରେ ସଚେତନତା କରିବା ପାଇଁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପଦକ୍ଷେପ ନେବ ବୋଲି ଜଣାପଡିଛି । କରୋନା ଆତଙ୍କ ପରେ ବାର୍ଡ ଫ୍ଲୁ ଆତଙ୍କ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ସେପଟେ ଓୟୁଏଟି ପରିସରର ୧କିଲୋମିଟର ଭିତରେ କାଲିଠାରୁ କୁକୁଡା ମରାଅଭିଯାନ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.