Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କରୋନା ପାଇଁ କୁକୁଡା ଫ୍ରି: ବିପିଏଲ କାର୍ଡଧାରୀଙ୍କୁ ପୁରା ମାଗଣା, ସାଧାରଣ ଲୋକଙ୍କ ପାଇଁ କିଲୋ ୨୦ ଟଙ୍କା

17/03/2020 at 12:41 PM

ଲକ୍ଷ୍ନୌ, ୧୭|୦୩:    ୟୁପିର ହମୀରପୁର ଜିଲ୍ଲାରେ କରୋନାର ଆତଙ୍କ ମଧ୍ୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଦୋକାନୀମାନେ ବିପିଏଲ ରାସନ କାର୍ଡ ଧାରକଙ୍କୁ ଫ୍ରିରେ କୁକୁଡା ଦେଉଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି।

ଏଠାରେ ସାଧାରଣ ଲୋକଙ୍କୁ କେଡି ପ୍ରତି ମାତ୍ର ୨୦ ଟଙ୍କାରେ ଚିକେନ୍ ବିକ୍ରି କରାଯାଉଛି। ଦୋକାନୀମାନେ ଦୋକାନ ସାମ୍ନାରେ ଏଠାରେ କୁକୁଡା ଫ୍ରିରେ ମିଳୁଥିବା ପୋଷ୍ଟର ଲଗାଇ ଲୋକଙ୍କୁ ଆକର୍ଷିତ କରୁଛନ୍ତି।

ଦୋକାନୀମାନେ ଦୋକାନ ସାମ୍ନାରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଏଠାରେ ବିପିଏଲ କାର୍ଡ ଧାରକଙ୍କୁ ଆଧାର କାର୍ଡ ଦେଖାଇଲେ ଫ୍ରିରେ କୁକୁଡା ଦିଆଯିବ। ଏହି ଫ୍ରି ଅଫର ଦେଖିବା ପରେ ଦୋକାନାରେ ଲୋକଙ୍କ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି। ଲୋକମାନେ କୁକୁଡା ନେଇ ମନ ଖୁସିରେ ଘରକୁ ଯାଉଛନ୍ତି।

ଜନବହୁଳ ରାଠ କସବ୍ ଅଞ୍ଚଳରେ କରୋନା ପାଇଁ ମାଂସବେପାର ମାନ୍ଦା ହୋଇଯାଇଛି। ସାଧାରଣ ଲୋକେ ଚିକେନ ଖାଇବା ବନ୍ଦ କରିଦେଇଛନ୍ତି। ଯେଉଁଥି ପାଇଁ ବ୍ୟବସାୟୀମାନେ ଫ୍ରିରେ କୁକୁଡା ପ୍ରଦାନ କରୁଛନ୍ତି। ବିପିଏଲ କାର୍ଡ ଧାରକଙ୍କୁ ଫ୍ରିରେ କୁକୁଡା ମିଳୁଥିବା ବେଳେ ସାଧାରଣ ଲୋକଙ୍କୁ ୨୦ ଟଙ୍କାରେ ପ୍ରଦାନ କରାଯାଉଛି।

   Related Posts