Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଦୁନିଆର ସବୁଠାରୁ ଡେଙ୍ଗୀ ମଡେଲ : ଅଣ୍ଟାରୁ ଗୋଇଠିର ଲମ୍ବ ୫୨.୮ ଇଞ୍ଚ

9/07/2020 at 4:56 PM

ଶିକାଗୋ ୦୯/୦୭ : ଶିକାଗୋରେ ରହୁଥିବା ରେନ୍ସେଖହାରଲୁ ବଡଙ୍କ ଅଣ୍ଟାରୁ ଗୋଇଠିର ଲମ୍ବ ୫୨.୮ ଇଞ୍ଚ | ତାଙ୍କ ପରିବାରରେ ସମସ୍ତ ସଦସ୍ୟଙ୍କ ଉଚ୍ଚତା ସାମାନ୍ୟ ଉଚ୍ଚତା ଠାରୁ ଅଧିକ | ରିପୋର୍ଟ ଅନୁଯାୟୀ, ରେନ୍ସେଖହାରଲୁ ଦୁନିଆର ଦ୍ୱିତୀୟ ମହିଳା ଯାହାଙ୍କର ଗୋଡ ସବୁଠାରୁ ଲମ୍ବା | ଲମ୍ବା ଗୋଡ ଯୋଗୁଁ ତାଙ୍କ ସାଇଜର ଜୋତା, ଚପଲ ମିଳେନାହିଁ | ଡ୍ରେସ ଓ ଜୋତା କିଣିବା ପାଇଁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | ତାଙ୍କ ବାପାଙ୍କ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ | ମା’ଙ୍କ ଉଚ୍ଚତା ୬ ଫୁଟ ୧ ଇଞ୍ଚ | ଉଚ୍ଚତା ପାଇଁ ତାଙ୍କୁ ଅନେକଥର ପରିହାସ ମଧ୍ୟ କରାଯାଇଛି |

ରେନ୍ସେଖହାରଲୁ କହିଛନ୍ତି ଯେ ଉଚ୍ଚତା ଯୋଗୁଁ ପିଲାଦିନେ ସେ ବହୁତ ଚିନ୍ତିତ ରହୁଥିଲେ | କିନ୍ତୁ ଏବେ ସେ ନିଜ ଉଚ୍ଚତା ପାଇଁ ଗର୍ବ ଅନୁଭବ କରନ୍ତି | ନିଜ ଲମ୍ବା ଲମ୍ବା ଗୋଡ ପାଇଁ ବହୁତ ଖୁସି | ସେ ଶିକାଗୋର ଏକ ବ୍ରାଣ୍ଡ ପାଇଁ ମଡେଲିଂ କରନ୍ତି | ଏହି ବ୍ରାଣ୍ଡ ଅଧିକ ଉଚ୍ଚତା ଥିବା ଯୁବତୀଙ୍କ ପାଇଁ ଲେଗିଙ୍ଗସ ତିଆରି କରେ | ସେ କହିଛନ୍ତି ଯେ ଉଚ୍ଚତା ପାଇଁ ତାଙ୍କୁ ଅନେକ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି | ସାଧାରଣତଃ ଅନେକ ଘରର ଦ୍ୱାର ୬ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥାଏ | ଏମିତି ଘରେ ପ୍ରବେଶ କରିବାକୁ ତାଙ୍କୁ ନିଁବାକୁ ପଡିଥାଏ | ଅଧିକାଂଶ ସମୟରେ ଘର ଛାତରେ ତାଙ୍କ ମୁଣ୍ଡ ବାଜେ |

ଜୋତା ପାଇଁ ବି ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ | କାରଣ ତାଙ୍କ ଜୋତା ସାଇଜ ୟୁଏସ ସାଇଜ ହିସାବରେ ୧୩ ନମ୍ବର | ପୁରା ଏସିଆ ଏପରିକି ମଙ୍ଗୋଲିଆ ଓ କୋରିଆରେ ୧୩ ନମ୍ବର ଜୋତା ମିଳିନଥାଏ | ଦୁନିଆର ସବୁଠାରୁ ଲମ୍ବା ଗୋଡ ମେଷ କୁରନଙ୍କର ଥିଲା | ସେ ଟେକ୍ସାସ ଅନ୍ତର୍ଗତ ଆଷ୍ଟିନରେ ରୁହନ୍ତି | ତାଙ୍କ ଗୋଡର ଲମ୍ବ ୫୩ ଇଞ୍ଚ | ରେନ୍ସେଖହାରଲୁ କହିଛନ୍ତି ଯେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସାମିଲ ହେବାକୁ ତାଙ୍କର କୌଣସି ଇଛା ନାହିଁ | ସେ ଇନ୍ସଟାଗ୍ରାମରେ ସବୁବେଳେ ଆକ୍ଟିଭ ରୁହନ୍ତି |

   Related Posts