ସନ୍ଧ୍ୟା ୭ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା, ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | April 22, 2021 IST

ଭୁବନେଶ୍ବର ୨୨/୦୪ : ସନ୍ଧ୍ୟା ୭ଟା ୩୦ ରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା । ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ଏ ନେଇ ସନ୍ଧ୍ୟା ସାଢେ ୭ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କଠୋର ହେଉଛନ୍ତି ରାଜ୍ୟ ସରକାର । ତେବେ ସନ୍ଧ୍ୟା ସାଢେ ୭ଟାରେ ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.