Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉପଯୁକ୍ତ ମେଡିକାଲ ବ୍ୟବସ୍ଥା ସହିତ ଟ୍ୱିନ୍‌ ସିଟିକୁ ପ୍ରବେଶ କରନ୍ତୁ କରୋନା ଆକ୍ରାନ୍ତ, ମୁଖ୍ୟ ଶାସନ ସଚିବ ଦେଲେ ପରାମର୍ଶ

16/09/2020 at 3:52 PM

ଭୁବନେଶ୍ୱର,୧୬|୦୯:  ରାଜଧାନୀ ଭୁବନେଶ୍ୱର ସମେତ କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭୁବନେଶ୍ୱରରୁ ପ୍ରତିଦିନ ଅଧିକରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି । ଏହାମଧ୍ୟରେ ଟ୍ୱିନ୍‌ ସିଟିକୁ ଆସୁଥିବା କୋଭିଡ୍‌ ରୋଗୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଟ୍ୱିଟ୍ କରି ଟ୍ବିନ୍‌ ସିଟିରେ କରୋନା ନିୟନ୍ତ୍ରଣ ନେଇ ସତର୍କ ପରାମର୍ଶ ଦେଇଛନ୍ତି । ବାହାରୁ ଟ୍ବିନ୍‌ ସିଟିକୁ ଆସୁଥିବା କରୋନା ରୋଗୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି ଯେ, ଉପଯୁକ୍ତ ମେଡିକାଲ ବ୍ୟବସ୍ଥା ସହିତ ଟ୍ବିନ୍‌ ସିଟିକୁ ପ୍ରବେଶ କରିବେ ରୋଗୀ । ସାଙ୍ଗରେ ମେଡିକାଲ ଉପକରଣ ଓ ଅକ୍ସିଜେନ୍‌ ସପୋର୍ଟ ନେଇ ଆସିବେ ।  ଟ୍ବିନ୍‌ ସିଟିରେ ଅତ୍ୟାଧୁନିକ କୋଭିଡ୍‌ ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ କହୁଛନ୍ତି ।

   Related Posts