ତାମିଲନାଡୁ ସରକାରଙ୍କ ଦୃଢୋକ୍ତି- ଚୀନରୁ ରାପିଡ୍ ଟେଷ୍ଟ କିଟ୍ ନେଇ ଆସୁଥିବା ଜାହାଜ ଆମେରିକା ଚାଲିଗଲା

Published By : Prameya-News7 Bureau | April 11, 2020 IST

ଚେନ୍ନାଇ ୧୧।୦୪: ଦେଶରେ କରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ଭାବେ ପରୀକ୍ଷଣର ଆବଶ୍ୟକତା ରହିଛି। ସେହି ଅନୁସାରେ ଟେଷ୍ଟ କିଟ୍‌ ଦରକାର। ଏହା ମଧ୍ୟରେ ତାମିଲନାଡୁର ପ୍ରମୁଖ ସଚିବ ଷ୍ଣୁଖମ ଦୃଢୋକ୍ତି ପ୍ରକାଶ କରିଛନ୍ତି ଚୀନରୁ ରାପିଡ୍ ଟେଷ୍ଟ କିଟ୍‌ନେଇ ଆସୁଥିବା ମାଲବାହକ  ଜାହାଜକୁ ଆମେରିକା ଆଡେ ମୋଡି ଦିଆଯାଇଛି।

ପ୍ରମୁଖ ସଚିବ ଷ୍ଣମୁଖମ ଏହା ମଧ୍ୟ କହିଛନ୍ତି ଯେ, ୧୫ ତାରିଖ ସକାଳ ସୁଦ୍ଧା ଲକ୍‌ଡାଉନ୍‌ ଜାରି ରହିବ। ଆମ ପାଖରେ ଏବେ ସମୟ ଅଛି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି  ହିସାବରେ ଆମେ ଚାଲିବୁ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ପରେ ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟାଙ୍କ ଅଧିକ ରହିଛି। ରାଜ୍ୟରେ ଶୁକ୍ରବାର ସୁଦ୍ଧା ୭୭ ନୂତନ କେସ୍ ସାମ୍ନାକୁ ଆସିଛି। ଯାହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୧୧କୁ ବୃଦ୍ଧି ଘଟିଛି।

ଅନ୍ୟପଟେ ଏହା ପୂର୍ବରୁ ତାମିଲନାଡୁ ସରକାର ଦ୍ଵାରା ଗଠିତ ଏକ ୧୯ ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ ସମିତି ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଲାନିସ୍ଵାମୀଙ୍କୁ ରାଜ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଦୁଇ  ସପ୍ତାହ ବଢାଇବାକୁ ସୁପାରିଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.