ଆଜି ଦିନ ୧୨ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ଜରୁରୀ ପ୍ରେସ୍‌ମିଟ୍‌

Published By : Prameya-News7 Bureau | April 05, 2020 IST

ଭୁବନେଶ୍ୱର ୦୫।୦୪ : ଆଜି ଦିନ ୧୨ଟା ୩୦ରେ ସାମ୍ବାଦିକ ସମ୍ମିଳନୀ । ଏହି ସାମ୍ବାଦିକ ସମ୍ମିଳନୀରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିବା ସମ୍ଭାବନା ରହିଛି । ରବିବାର ଦିନ ୧୨ଟା ୩୦ରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମ ସମ୍ମୁଖରେ ରଖିବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । l ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କିଛି ଜରୁରୀ ଘୋଷଣା କରାଯାଇପାରେ ବୋଲି ଆଶଙ୍କା ରହିଛି । ଭୁବନେଶ୍ୱର, କଟକ, ଭଦ୍ରକ ସହ କିଛି ସ୍ଥାନରେ ସଟ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାର ଅବଧି ବଢିବା କିମ୍ବା କଟକଣା ଆହୁରୀ କଡାକଡି  ହେବା ନେଇ ମୁଖ୍ୟ ଶାସନ ସଚିବ ସରକାରଙ୍କ ପକ୍ଷରୁ ଘୋଷଣା କରିପାରନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ଜରୁରୀ ସାମ୍ବାଦିକ ସମ୍ମିଳନୀ ଉପରେ ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.