Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ଫୋନି ପରବର୍ତ୍ତୀ ଥଇଥାନ ଓ ପୁନଃରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଅବଗତ କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ

8/05/2019 at 2:25 PM

ଭୁବନେଶ୍ବର ୮|୫: ବାତ୍ୟା ଫୋନି ପରବର୍ତ୍ତୀ  ଥଇଥାନ ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଅବଗତ କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ।ବାତ୍ୟା ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି । ଭିଡିଓ କନଫେରେନସିଂ ମାଧ୍ୟମରେ କ୍ୟାବିନେଟ୍ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ବିଶେଷ କରି ଟେଲି ଯୋଗାଯୋଗ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଇଛି । ଟେଲି ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବାରୁ ରିଲିଫ୍ ପହଞ୍ଚିବାରେ ସମସ୍ୟା ଉପୁଜିଛି । ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ପଡୋଶୀ ରାଜ୍ୟ ଓ କେନ୍ଦ୍ରକୁ ସହାୟତା ମଗାଯାଇଛି । ଏଥିପାଇଁ ୫ ହଜାର କୁଶଳୀ ଶ୍ରମିକ ଓ ଇଞ୍ଜିନିୟରଙ୍କ ଆବଶ୍ୟକତା ଥିବା କୁହାଯାଇଛି । ଆଜି ସୁଦ୍ଧା ୧୦% ବିଦ୍ୟୁତ୍ ସଂଯୋଗୀକରଣ କାମ ସରିଛି । ସମ୍ପୂର୍ଣ୍ଣ ବିଦ୍ୟୁତ ସଂଯୋଗୀକରଣ ପାଇଁ ସମୟ ଲାଗିବ । ଦୁର୍ଗାପୁର ସେଲ୍‌ରୁ ବିଦ୍ୟୁତ୍ ଖୁଣ୍ଟ ମଗାଯାଇଛି । ୯୦% ପାଣି ସମସ୍ୟା ଦୂର ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

   Related Posts