Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ପୋଲିସ ଡିଜି ଅଭୟ

22/06/2020 at 2:48 PM

ଭୁବନେଶ୍ବର ୨୨।୬: ରଥଯାତ୍ରା ନେଇ ଜାରି ରହିଛି ସସପେନ୍ସ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ଚାଲିଛି । ଏହି ସମୟରେ ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ମହାନିର୍ଦେଶକ ଅଭୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ ।

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠରେ ଚାଲିଛି ରଥଯାତ୍ରା ମାମଲାର ଶୁଣାଣି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ଚାଲିଛି । ଜଷ୍ଟିସ୍‌ ବୋବଡେ, ବୋପନ୍ନା ଓ ମାହେଶ୍ବରୀଙ୍କ ଖଣ୍ଡପୀଠରେ ଶୁଣାଣି ଜାରି ରହିଛି । ନାଗପୁରରୁ ଶୁଣାଣିରେ ଯୋଡି ହୋଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ । ଏହି ଖଣ୍ଡପୀଠ ଜୁନ୍‌ ୧୮ତାରିଖରେ ରଥଯାତ୍ରା ଉପରେ ସ୍ଥଗିତାଦେଶ ଦେଇଥିଲେ ।

   Related Posts