Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଲେ ନାଇଜେରିଆ ରାଷ୍ଟ୍ରପତିଙ୍କ ଚିଫ୍ ଅଫ ଷ୍ଟାଫ୍

19/04/2020 at 4:08 PM

ଆଫ୍ରିକା, ୧୯|୦୪: ନାଇଜେରିଆ ରାଷ୍ଟ୍ରପତିଙ୍କ ଚିଫ୍ ଅଫ ଷ୍ଟାଫ୍ ଶୁକ୍ରବାର କରୋନା ଭାଇରସରେ ପ୍ରାଣ ହରାଇଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ସେ ଦେଶର ପ୍ରଥମ ବିଶିଷ୍ଟ ବ୍ୟକ୍ତି ଭାବେ କୋଭିଡ-୧୯ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ଆବ୍ବା କ୍ୟାରୀ ୭୭ ବର୍ଷୀୟ ରାଷ୍ଟ୍ରପତି ମହମ୍ମାଦୁ ବୁହାରୀଙ୍କ ଦ୍ୱାର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ । ଗତ ବର୍ଷ ବୁହାରୀ ପୁଣି ନିର୍ବାଚିତ ହେବା ପରେ ସମସ୍ତ ମନ୍ତ୍ରୀଙ୍କୁ କ୍ୟାରୀଙ୍କ ଜରିଆରେ ତାଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ୟାରୀ ଡାଏବେଟିସରେ ପୀଡିତ ଥିଲେ । ତେବେ ତାଙ୍କ ପ୍ରକୃତ ବୟସ କେତେ ତାହା ଜଣା ପଡିନାହିଁ । କିଛି ଅଧିକାରୀ ତାଙ୍କ ବୟସ ୭୦ ହୋଇଥିବା କହିଛନ୍ତି । ସେ ଗତ ୨୪ ତାରିଖରେ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା । ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା । କିନ୍ତୁ ୧୭ ତାରିଖରେ ସେ ପ୍ରାଣ ହରାଇଥିଲେ ।

ସେ ଗତ ମାର୍ଚ୍ଚରେ ନାଇଜେରିଆ ଅଧିକାରୀଙ୍କ ସହ ଜର୍ମାନୀ ଗସ୍ତ କରିଥିଲେ । କରୋନା ପଜିଟିଭ୍ ରିପୋର୍ଟ ଆସିବା ପୂର୍ବରୁ ସେ ଅନେକ ବୈଠକରେ ଯୋଗ ଦେଇଥିଲେ । ଏପରିକି ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସେ ରାଷ୍ଟ୍ରପତି ବୁହାରୀଙ୍କ ଘନିଷ୍ଠ ଥିବା ସହ କ୍ଷମତାଶାଳୀ ମଧ୍ୟ ଥିଲେ । ନାଇଜେରିଆରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୩ ଥିବା ବେଳେ ମୃତ୍ୟୁସଂଖ୍ୟା ୧୭ରେ ପହଁଚିଛି ।

   Related Posts