୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୭୫୬ କୋଟି ଟଙ୍କାର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ, ୨୫,୨୭୫ ହେକ୍ଟର ଜମିକୁ ହେବ ଜଳସେଚନ

Published By : Prameya-News7 Bureau | January 11, 2021 IST

ଭୁବନେଶ୍ଵର ୧୧।୦୧:  କଳାହାଣ୍ଡିର ଜୟପାଟଣା ମଙ୍ଗଳପୁରରେ ୧୪ ତାରିଖରେ ୭୫୬ କୋଟି ଟଙ୍କାର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କଟକଣା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ସାଧାରଣ  କାର୍ଯ୍ୟକ୍ରମ । କାଯ୍ୟକ୍ରମରେ ୧୫ରୁ ଅଧିକ ମନ୍ତ୍ରୀ ଓ ୬୦ ବିଧାୟକଙ୍କ ସମେତ ନିଗମର ଅଧ୍ୟକ୍ଷ ଓ ଦଳୀୟ ନେତା ଯୋଗ ଦେବେ।  ଏହା ମାଧ୍ୟମରେ ପଶ୍ଚିମ ଓଡିଶାରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିବ ବୋଲି କୁହାଯାଉଛି । ବିଜେଡିର ପଶ୍ଚିମ ଓଡିଶାରେ ସଂଗଠନ ଦୁର୍ବଳ ହେଉଥିବାରୁ ବିକାଶ ନାଁରେ ଦଳ ରାଜନୈତିକ ପତିଆରା ଦେଖାଇବାକୁ ଚେଷ୍ଟା କରୁଛି ବୋଲି ବିଜେପି କହିଛି।  

{"id":390709,"sizeSlug":"large","linkDestination":"none"}

କରୋନା କଟକଣା ପରେ କଳାହାଣ୍ଡିରୁ ବିକାଶର ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୧୪ ତାରିଖରେ କଲାହାଣ୍ଡିର ଜୟପାଟଣା ବ୍ଲକ ମଙ୍ଗଳପୁର ଠାରେ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୭୫୬ କୋଟି ଟଙ୍କା ବ୍ୟୟରେ  ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଜଳସେଚନ ସମସ୍ୟା  ସୁଧାର ଆସିପାରିବେ । । କୋକସରା ଏବଂ ଧର୍ମଗଡ ବ୍ଲକର ୨୫ ହଜାର ୨୭୫  ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ ।। ବିଶେଷ କରି ଇନ୍ଦ୍ରାବତୀ ବହୁ ମୁଖୀ ଜଳ ପ୍ରକଳ୍ପ ଜଳସେଚନ ରୁ ଉଚ୍ଚ ରେ ଥିବା ୪୩ଗୋଟି ପଚଂ।ୟତ ୯୦ଟି ଗାଁ ଜଳସେଚନରୁ ବଚିଂତ ହେଉଥିବା ବେଳେ ଏବେ ଏହି ପ୍ରକଳ୍ପରୁ ସେମାନଙ୍କୁ ଫାଇଦା ମିଳିବ।

{"id":390710,"sizeSlug":"large","linkDestination":"none"}

କରୋନା ପରେ ନବୀନଙ୍କ ଏହା ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସଫଳ କରିବାକୁ ଅଣ୍ଟା ଭିଡିଛି ବିଜେଡି। ସଭାରେ ୧୫ ମନ୍ତ୍ରୀ,୬୦ରୁ ଅଧିକ ବିଧାୟକଙ୍କ  ସମେତ   ସରକାରଙ୍କ ଭିଭିନ୍ନ ନିଗମର ଅଧ୍ୟକ୍ଷ ଯୋଗ ଦେବେ। ଏଥି ସହିତ ଜିଲ୍ଲା ଓ ରାଜ୍ୟର ସଙ୍ଗଠନର ବରିଷ୍ଠ ନେତାମାନେ ମଧ୍ୟ  ଉପସ୍ଥିତ ରହିବେ। ଏଥିପାଇଁ ସଭା ସ୍ଥଳରେ ୩ଟି ମଞ୍ଚ ପ୍ରସ୍ତୁତ କରାଯିବ। ଜୟପାଟଣା ମଗଂଳପୁର ପମ୍ପ ହାଉସ ପରିସରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ ୨୫ ଶହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀ ସାମିଲ ହେବେ। ଜିଲ୍ଲା ର ୩୧୦ ଟି ପଞ୍ଚାୟତରେ ଏଲଇଡି ମାଧ୍ୟମ ରେ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି। ପୂରା କାର୍ଯ୍ୟକ୍ରମ ତଦାରଖ କରିବା ଲାଗି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଜେଡି ସଂଗଠନ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେପଟେ ବିରୋଧୀ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି।  

କରୋନା କଟକଣା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ସାଧାରଣ ସଭାରେ ଯୋଗଦେବାକୁ ଯାଉଛନ୍ତି । ସେଥିଲାଗି ସଭାକୁ କିପରି କୋଭିଡ କଟକଣା ଭିତରେ କରାଯିବ ସେନେଇ ବ୍ୟବସ୍ଥା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.