Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କାର୍ଯ୍ୟକ୍ଷେତ୍ରରେ ମୃତ କରୋନା ଯୋଦ୍ଧାଙ୍କୁ ସହିଦ ମାନ୍ୟତା, ୫୦ଲକ୍ଷ ଟଙ୍କା ସହ ପୁରା ଦରମା

21/04/2020 at 1:05 PM

ଭୁବନେଶ୍ୱର ୨୧।୦୪: କରୋନା ଯୋଦ୍ଧାଙ୍କର କାର୍ଯ୍ୟକ୍ଷେତ୍ରରେ ଥାଇ ମୃତ୍ୟୁ ହେଲେ ତାଙ୍କୁ ସହିଦ ମାନ୍ୟତା ଦିଆଯିବ । ଯେଉଁ ସ୍ୱାସ୍ଥ୍ୟକର୍ମୀ କରୋନା ଜନିତ ଅସଧାରଣ ବିପଦ ବେଳେ ଅସାଧରଣ ଦେଖାଉଛନ୍ତି ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । କରୋନା ଯୁଦ୍ଧରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଧନ ଘଟିଲେ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କ ସହୟତା ଦିଆଯିବ । ଏହାସହ ତାଙ୍କର ଅବସର ସମୟ ପର୍ଯ୍ୟନ୍ତ ସେ ପାଇବାକୁ ଥିବା ଦରମା ମଧ୍ୟ ନିକଟ ଆତ୍ମୀୟ ପାଇବେ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ସେ ଆହୁରୀ କହିଛନ୍ତି ଯେ, କାର୍ଯ୍ୟକ୍ଷେତ୍ରରେ ଥାଇ ମୃତ୍ୟୁ ବରଣ କଲେ କରୋନା ଯୋଦ୍ଧାଙ୍କୁ ଦିଆଯିବ ସହିଦଙ୍କ ଭଳି ମାନ୍ୟତା । ତାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଡାକ୍ତର ଓ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଏଥିସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଆକ୍ରମଣ କାରୀଙ୍କ ବିରୋଧରେ NSA ଲାଗୁ ହେବ ।

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମିଳିବ କ୍ଷତିପୂରଣ । ସମସ୍ତ ସରକାରୀ ଓ ଘରୋଇ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ମିଳିବ ଏହି ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ।

   Related Posts