କୋଭିଡ୍-୧୯ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ସହରାଞ୍ଚଳ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର, ଉପକୃତ ହେବେ ୪ଲକ୍ଷ ୫ ହଜାର ପରିବାର
18/04/2020 at 11:29 AM

ଭୁବନେଶ୍ୱର ୧୮।୦୪: କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସହରାଞ୍ଚଳରେ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାଦ୍ୱାର ଉପକୃତ ହେବେ ୪ ଲକ୍ଷ ୫୦ ହଜାର ହିତାଧିକାରୀ ।

ମିଶନ ଶକ୍ତି ସଦସ୍ୟଙ୍କ ସହାୟତାରେ ଚାଲିବ ଏହି କାର୍ଯ୍ୟକ୍ରମ । ଏହା ଦ୍ବାରା ୧୧୪ଟି ପୌରାଞ୍ଚଳର ଦୁର୍ବଳ ଲୋକ ରୋଜଗାର କ୍ଷମ ହେବେ । ହିତାଧିକାରୀଙ୍କୁ ପ୍ରତି ସପ୍ତାହରେ ମିଳିବ ଟଙ୍କା । ଏହି ଟଙ୍କା ସିଧା ସଳଖ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ତେବେ ଏହି ଯୋଜନାରେ ବର୍ଜ୍ୟବସ୍ତୁ ସଫେଇ, ଜଳାଶୟ ଖନନ ଆଦି କାର୍ଯ୍ୟ କରାଯିବ । ଚଳିତ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନର ଏହି କଷ୍ଟକର ସମୟରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକମାନଙ୍କୁ ରୋଜଗାର ଦେବା ପାଇଁ Urban Wage Employment Initiative ନାମରେ ଏକ ଜରୁରିକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
