ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ୪୮ଘଣ୍ଟା ଭିତରେ ମିଳିବ ବିଜୁଳି ସଂଯୋଗ, ବଦଳିଯିବ ଅନେକ କିଛି…ଜାଣନ୍ତୁ କ'ଣ

Published By : Prameya-News7 Bureau | August 15, 2019 IST

ଭୁବନେଶ୍ବର୧୫|୮: ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଗାନ୍ଧୀ ଜୟନ୍ତୀରୁ ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବଡ଼ ଅଫିସର । ସରକାରୀ ସେବା ଲୋକମାନେ କିଭଳି ପାଉଛନ୍ତି ସେନେଇ ସିଧାସଳଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ।ଆରମ୍ଭ ହେବ ‘ମୋ ସରକାର’ ଯୋଜନା ।ସେହିଭଳି ଯେଉଁ ଲୋକଙ୍କ ଘରେ ବିଜୁଳି କନେକସନ ନାହିଁ ସେମାନେ ପଞ୍ଚାୟତକୁ ଏ ସଂପର୍କରେ ଜଣାଇଲେ ୪୮ ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ହେବ ।…

{"id":144553}

ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ “ମୋ ସରକାର” ଯୋଜନା । ଏହି ଯୋଜନାରେ ଥାନା, ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଅଫିସରେ ସାଧାରଣ ଲୋକେ କିପରି ସେବା ପାଉଛନ୍ତି ସେମାନଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ ।ଥାନା ଅଧିକାରୀ ଠିକ୍ ଭାବେ ଲୋକଙ୍କୁ ବ୍ୟବହାର କଲେ କି ନାହିଁ, ଡାକ୍ତରଖାନାରେ ସେବା ଦେବାରେ ଅବହେଳା ହେଉଛି କି, ତହସିଲରେ ସେମାନଙ୍କ କାମକୁ କେତେ ଗୁରୁତ୍ବ ଦେଇ ସରକାରୀ କର୍ମଚାରୀ ବୁଝୁଛନ୍ତି ସେନେଇ ଲୋକଙ୍କଠୁ ସିଧାସଳଖ ଫିଡ୍ ବ୍ୟାକ ନେବେ ମୁଖ୍ୟମନ୍ତ୍ରୀ

{"id":144554}

ସ୍ବାଧୀନତା ଦିବସ ଉତ୍ସବରେ ଉଦବୋଧନ ଦେଇ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ 5-T ମନ୍ତ୍ର ଆଧାରରେ ଏଭଳି ଘୋଷଣାକୁ ପୁରଣ କରିବାକୁ ନିଷ୍ପତ୍ତି ହୋଇଛି ।କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସବୁ ବିଭାଗର ମନ୍ତ୍ରୀ, ରାଜ୍ୟ ତଥା ଜିଲ୍ଲାର ବଡ଼ବାବୁ ମାନେ ବି ଲୋକଙ୍କ ସହ ସିଧାସଳଖ କଥାହୋଇ ସରକାରୀ ସେବା କିଭଳି ମିଳୁଛି ସେକଥା ବୁଝିପାରିବେ ।ଗାଁ ଗୁଡ଼ିକରେ ଯାହା ଘରେ ବିଦ୍ୟୁତ ସଂଯୋଗ ପହଞ୍ଚିନି ସେମାନେ ପଞ୍ଚାୟତକୁ ଲେଖି ଦେଲେ ୪୮ ଘଣ୍ଟା ଭିତରେ ବିଜୁଳି ସଂଯୋଗ ହେବ ।…

{"id":144555}

 ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ଼ ଘୋଷଣାକୁ କିନ୍ତୁ ବିରୋଧୀ ଗ୍ରହଣ କରିପାରିନାହାନ୍ତି । ଥାନାରେ ଲୋକଙ୍କ କେସ୍ ରେଜିଷ୍ଟର କରିବାକୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଏବଂ ହାତଗୁଞ୍ଜା ଦେବାକୁ ପଡୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ଭିତ୍ତିଭୂମି ନାହିଁ, ରୋଗୀ ଆଡମିଶନ ପାଇଁ ବେଡ୍ ମିଳୁନି ।ସେହିପରି ତହସିଲରେ ଜମିପଟ୍ଟା ଖଣ୍ଡେ ପାଇଁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।ଘରେ ବିଜୁଳି ସଂଯୋଗ ପାଇଁ ଇଲେକ୍ଟ୍ରି ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼େ ।ଏମିତି ସ୍ଥିତିରେ “ମୋ ସରକାର” ଯୋଜନା କେତେ ସଫଳ ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।…

{"id":144556}

ଏଭଳି କାର୍ଯ୍ୟକ୍ରମ ସରକାର ଓ ଲୋକଙ୍କ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ସରକାରଙ୍କର ଆଶା ।ଅନ୍ୟପକ୍ଷରେ ବିରୋଧୀଙ୍କ ଯୁକ୍ତି, ୨୦ ବର୍ଷ ଧରି ନିରବିଛିନ୍ନ ଶାସନରେ ଥିବା ସରକାର କାହିଁକି ଲୋକଙ୍କୁ ମୌଳିକ ସେବା ଯୋଗାଇବା କ୍ଷେତ୍ରରେ ବିଫଳ ତା’ ଉପରେ ଚିନ୍ତନ କରନ୍ତୁ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.