Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ସ୍ଵାଧୀନତା ସଂଗ୍ରାମ ପରେ ସବୁଠୁ ବଡ ଚ୍ୟାଲେଞ୍ଜ, ପରସ୍ପର ଭିତରେ ଲଢନ୍ତୁ ନାହିଁ

2/06/2021 at 5:18 PM

ଭୁବନେଶ୍ଵର ୦୨।୦୬: ଦ୍ଵିତୀୟ ଲହରର ପ୍ରକୋପ ଧିରେ ଧିରେ କମୁଥିଲେ ମଧ୍ୟ ଦେଶରେ ଟିକାକରଣ ଅଭିଯାନ ଧିମେଇ ଯାଇଛି। ଟିକା ଯୋଗାଣ ନେଇ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏପରିକି ରାଜ୍ୟଗୁଡିକ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରିଛନ୍ତି। ଏହା ମଧ୍ୟରେ ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ସଙ୍କଟ ଦୂର ପାଇଁ ସମସ୍ତଙ୍କ ସହମତି ଲୋଡିବା ସହ  ଟିକା ପାଇଁ ପରସ୍ପର ଭିତରେ ନଲଢି ଏକାଠି ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ଵାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏବେ ଲୋକଙ୍କୁ ସୁରକ୍ଷା ଦେବାର ଏକ ମାତ୍ର ମାଧ୍ୟମ ହେଉଛି ଟିକା। ଯୁଦ୍ଧାକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ରହି ପାରିବ ନାହିଁ। ଟିକା ଅଭାବ ଦୂର କରିବା ପାଇଁ କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଭ୍ୟାକ୍ସିନ ପାଇଁ ଟେଣ୍ଡର ଡାକିଛନ୍ତି। କିନ୍ତୁ ଏଥିରେ ରାଜ୍ୟମାନଙ୍କୁ ବିଶେଷ ସଫଳତା ମିଳିନାହିଁ।  ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ କ୍ଲିୟରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବାକୁ ଚାହୁଁ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟଗୁଡିକୁ ବାଣ୍ଟୁ।

ସମସ୍ତଙ୍କ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ। ଏହି ବାବଦରେ କେନ୍ଦ୍ରକୁ ଚିଠି ଲେଖିଛି ଅନ୍ୟ ରାଜ୍ୟମାନେ ବି ଆଗେଇ ଅସିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସଂପର୍କରେ ଏକ ସହମତି ସୃଷ୍ଟି  ହେଉ, ଲୋକମାନଙ୍କୁ ଟିକା ମିଳୁ। ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ତତ୍ପର ଏବଂ ପ୍ରସ୍ତୁତ ହେବା ଉଚିତ୍। ସ୍ଵାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠୁ ବଡ ଚ୍ୟାଲେଞ୍ଜ। ସବୁ ବିବାଦ ଛାଡି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହେବାକୁ  ସମସ୍ତଙ୍କୁ ଆହ୍ଵାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଟିକାର ଆବଶ୍ୟକତା ପୂରଣ କରିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥି ପାଇଁ ରାଜ୍ୟ ସରକାର ଦୁଇଟି କମିଟିର ଗଠନ କରିଛନ୍ତି । ଏଥିରେ ଗୋଟିଏ ବୈଷୟିକ କମିଟି ଏବଂ ଅନ୍ୟ ଗୋଟିଏ ପରିଚାଳନା କମିଟି । ବୈଷୟିକ କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି । ଇ-ଗ୍ଲୋବାଲ୍‌ ଟେଣ୍ଡର ପଲିସିରେ ରାଜ୍ୟ ଔଷଧ ନିଗମ କରୋନା ଟିକା କିଣିବ ବୋଲି ନିଷ୍ପତ୍ତି ହୋଇଛି।

   Related Posts