ମୁଖ୍ୟମନ୍ତ୍ରୀଙ୍କଠୁ ସରପଞ୍ଚ ସମସ୍ତେ ଦେ​‌ବେ ସମ୍ପତ୍ତି ତାଲିକା: ନବୀନ

Published By : Prameya-News7 Bureau | December 21, 2020 IST

ଭୁବନେଶ୍ବର୨୧/୧୨: ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ପଞ୍ଚାୟତର ସରପଞ୍ଚ ସମସ୍ତେ ଦେବେ ସମ୍ପତ୍ତି ତାଲିକା। ତୃଣମୂଳ ସ୍ତରର କର୍ମୀଙ୍କ ମତାମତ ନେଇ ଏଥର ଚାଲିବ ଦଳ ଓ ସରକାର। ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ ଏଭଳି ନୂଆ ଫଣ୍ଡା ଧରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାଜ୍ୟ ସ୍ତରରେ ଯାହାସବୁ ନିଷ୍ପତ୍ତି ନିଆଯାଉଛି ତାହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ଦେଶର ସବୁଠାରୁ ବଡ଼ ଶତ୍ରୁ। ତେଣୁ ଦୁର୍ନୀତି ବିରୋଧରେ ଆମର ଲଢ଼େଇ ରାଜ୍ୟବାସୀଙ୍କ ବିଶ୍ବାସ ଜିତିଛି।

ଦୁର୍ନୀତି ବିରୋଧ ଲଢ଼େଇକୁ ଆଗକୁ ନେବା ପାଇଁ ନବୀନ ଏହି ସମୟରେ କହିଛନ୍ତି।  ତଳସ୍ତରରୁ ସର୍ବୋଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପତ୍ତି ତାଲିକା ପ୍ରକାଶ କରିବା ବାଧ୍ୟତା ମୂଳକ ହେବ ଏବଂ ଏହାକୁ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ବୋଲି ନବୀନ କହିଛନ୍ତି।  ସେହିପରି ସରକାରୀ ସ୍ତରରେ ପାଠପଢୁଥିବା ପିଲାମାନଙ୍କ ପାଇଁ ମଡ଼ିକାଲ ଓ ଇଞ୍ଜିନିୟରିଂ ପାଠପଢ଼ାରେ ସ୍ଥାନ ସଂରକ୍ଷଣ ରଖିବାକୁ ଆସିଥିବା ପ୍ରସ୍ତାବକୁ ନବୀନ ସ୍ବାଗତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.