ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ : କହିଲେ, ‘କୋର୍ଟ ଅବମାନନାକୁ ଖାତିର କରନାହିଁ, ମୋ ହାତ ମୁଠାରେ ପୋଲିସ’

Published By : Prameya-News7 Bureau | September 27, 2021 IST

ତ୍ରିପୁରା ୨୭/୦୯ : ବିବାଦୀୟ ବୟାନ ଦେଇ ଫସିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ସରକାରୀ ଅଧିକାରୀଙ୍କୁ ବିବାଦୀୟ ବୟାନ ଦେଇ ଅଦାଲତଙ୍କୁ ଅପମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ଅଧିକାରୀଙ୍କୁ ସେ କହିଛନ୍ତି, ‘ଅଦାଲତ ଅବମାନନା ବାବଦରେ ଚିନ୍ତାକରନ୍ତୁ ନାହିଁ କାରଣ ପୋଲିସ ଆମ ଅଧିନରେ ରହିଛନ୍ତି । ସେଥିପାଇଁ କାହାରିକୁ ଜେଲ ପଠେଇବା ସହଜ କଥା ନୁହେଁ ।’

ତ୍ରିପୁରା ସିଭିଲ ସର୍ଭିସ୍‌ ଅଫିସର୍ସ ଆସୋସିଏସନ୍‌ର ଦ୍ବିପାକ୍ଷିକ ସମ୍ମୀଳନୀକୁ ସମ୍ବୋଧିତ କରି କହିଥିଲେ, ‘କିଛି ସରକାରୀ ଅଧିକାରୀ ଅଦାଲତ ଅବମାନନାର ଦ୍ବାହୀ ଦେଉଛନ୍ତି, ଯେମିତି ଅଦାଲତ ଅବମାନନା ଏକ ବାଘ । ବାସ୍ତବରେ ମୁଁ ହେୁଛି ବାଘ ।’ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଏଭଳି ବୟାନ ପରେ ବିବାଦ ତୀବ୍ର ହେବାରେ ଲାଗିଛି ।

ବିରୋଧୀ ଦଳ ଏ ନେଇ ଦେବ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି, ତାଙ୍କ ଶାସନରେ ଲୋକତନ୍ତ୍ର ବନ୍ଧା ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ଗଣତନ୍ତ୍ର ପାଇଁ ଆଦୌ ଣୁଭଙ୍କର ନୁହେଁ । ଗତ ଶନିବାର ରବୀନ୍ଦ୍ର ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇ ଫସିଛନ୍ତି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ବିରେଧୀମାନେ ଏ ନେଇ ତାଙ୍କୁ ଟର୍ଗେଟ କରିବା ସହିତ ଇସ୍ତଫା ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ତ୍ରିପୁରା ସିଭିଲ ସର୍ଭିସ୍‌ ଅଫିସର୍ସ ଆସୋସିଏସନ୍‌ର ଦ୍ବିପାକ୍ଷିକ ଆଲୋଚନା ଚକ୍ରରେ ଯେଗାଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କିଛି ସରକାରୀ ଅଫିସର ଜେଲ ଯିବା ଭୟରେ ଅଦାଲତ ଅବମାନନା କରୁନାହାନ୍ତି । ଅଦାଲତ ଅବମାନନା କିଛି ନୁହେଁ । ରାଜ୍ୟର ପୋଲିସ ବିଭାଗ ଆମ ହାତରେ ରହିଛି । ତେଣୁ ସମସ୍ୟା କେଉଁଠି ରହିଛି । ଅଦାଲତ ଅବମାନନା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା କେତେ ଜଣ ଅଧିକାରୀଙ୍କୁ ଜେଲ ପଠାଯାଇଛି ? ମୁଁ ଆପଣଙ୍କ ସହିତ ଅଛି, ଆପଣମାନଙ୍କ ମଧ୍ୟରୁ କାହାରିକୁ ଜେଲ ଯିବା ପୂର୍ବରୁ ମୁଁ ଯିବି।’

ସେ ପୋଲିସକୁ ନିଜ ହାତ ମୁଠାରେ ରଖିଥିବା କଥା କହିଛନ୍ତି । ବିପ୍ଲବ ଦେବ କହିଛନ୍ତି, କାହାକୁ ଗିରଫ କରିବା ପାଇଁ ପୋଲିସର ଆବଶ୍ୟକତା ପଡିଥାଏ । ଗୃହ ବିଭାଗ ନିଜ ହାତରେ ରଖିଥିବାରୁ ପୋଲିସ ମଧ୍ୟ କିଛି କରିପାରିବ ନାହିଁ ବୋଲି ସେ କହିଥିଲେ । ସରକାରୀ ଅଧିକାରୀମାନେ ଏମିତି ଭୟ କରୁଛନ୍ତି ଯେମିତି ପୋଲିସ ମାନେ ବାଘ । ସରକାର ଚଳାଉଥିବା ବ୍ୟକ୍ତିଙ୍କ ନିକଟରେ ପାଓ୍ବାର ଥାଏ । ଏଭଳି ବୟାନ ଦେବାପରେ ତୀବ୍ର ସମାଲୋଚନାର ଶିକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.