ସିଲଭର ସିଟି ପାଇଁ ମେଗା ପ୍ଲାନର ଅନାବରଣ କଲେ ମୁଖ୍ୟମନ୍ତ୍ରୀ : ମାର୍ଚ୍ଚରୁ SCB ନବନିର୍ମାଣ କାମ ଆରମ୍ଭ

Published By : Prameya-News7 Bureau | January 23, 2020 IST

କଟକ ୨୩/୧: କଟକ ସହରକୁ ଆହୁରି ସବୁଜ ସୁନ୍ଦର କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ମହାନଦୀର ହାଡ଼ିଆପଠାରେ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ମେଡ଼ିକାଲର ସଂପ୍ରସାରଣର ନକ୍ସା ଦେଖିଛନ୍ତି । ଏହା ସହ ଏସସିବି ନବନିର୍ମାଣ କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

{"id":214985,"sizeSlug":"large"}

ଏହି ସମୟରେ କଟକ ସହର ଚତୁଃପାଶ୍ୱରେ ଥିବା ରିଂ ରୋଡ଼ ୬ ଲେନ ବିଶିଷ୍ଟ କରାଯିବା ନେଇ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ, ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଏସସିବି ମେଡିକାଲର  ସଂପ୍ରସାରଣ ଏବଂ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ନେଇ ଆଲୋଚନା ହୋଇଛି ।  ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବ । 

{"id":214987,"sizeSlug":"large"}

କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ପ୍ରକଳ୍ପ ହେବ ।   ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜ କରଣ ଓ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯିବ । ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍‍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ ।  ଏଥିପାଇଁ ୨୫ ଏକର ଜମି ଅଧିଗ୍ରହଣ କରାଯିବ । ଫେବୃୟାରୀ ୨୮ ତାରିଖ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବ ।  ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଲକ୍ଷ୍ୟ ରହିଛି।

{"id":214988,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.