ବିଧାନସଭା ଶୀତ ଅଧିବେଶନ : ପ୍ରଶ୍ନକାଳରେ ପ୍ରଥମଥର ପାଇଁ ବସିଲେ ମୁଖ୍ୟମନ୍ତ୍ରୀ, ୫ଟିକୁ ଭୁରି ଭୁରି ପ୍ରଂଶସା କଲେ ତାରା
25/11/2019 at 2:10 PM

ଭୁବନେଶ୍ବର ୨୫।୧୧: ବିଧାନସଭା ଶୀତ ଅଧିବେଶନରେ ଆଜି ପୁରା ପ୍ରଶ୍ନକାଳରେ ପ୍ରଥମଥର ପାଇଁ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଦିନ ପରେ ପୁରା ପ୍ରଶ୍ନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିବାର ଦେଖିବାକୁ ମିଳିଛି। ଗୃହରେ ମନ୍ତ୍ରୀ ଓ ବିଧାୟକମାନେ ଦେଉଥିବା ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଶୁଣୁଥିଲେ ମୁଖ୍ୟମନ୍ତ୍ରୀ ।

ବିଧାନଶଭା ଶୀତ ଅଧିବେଶନ ଆଜି ୧୧ଦିନ । ବିଧାନସଭାର ପ୍ରଶ୍ନକାଳ ସମୟରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି 5ଟିକୁ ପ୍ରଂଶସା କରିଛନ୍ତି ।

5ଟି ସଚିବ ଗସ୍ତ ପରେ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟବସ୍ଥା ବଦଳିଛି । 5 ଟି ରେ ମୁଖ୍ୟମନ୍ତ୍ରୀ ଯାଆନ୍ତୁ କି ସଚିବ ଯାଆନ୍ତୁ ସେଥିରେ କିଛି ଯାଆସ ନାହିଁ ବୋଲି ତାରା କହିଛନ୍ତି । କୋରାପୁଟ ଜିଲ୍ଲାକୁ ଆଉ ଥରେ 5ଟି ସଚିବ ଗସ୍ତ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।
Related Posts
ପ୍ରତୀକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
21 January 2021