Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ନବୀନ ନମ୍ଵର ଓ୍ଵାନ: ଦେଶରେ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ନବୀନ ପଟ୍ଟନାୟକ

15/01/2021 at 7:55 PM

ଭୁବନେଶ୍ଵର ୧୫।୦୧: ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି କରୋନା ମୁକାବିଲା ଏସବୁ କ୍ଷେତ୍ରରେ ବେଶ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ସଫଳତା। ଦେଶରେ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି। ଏବିପି ନ୍ୟୁଜ୍- ସି ଭୋଟ୍‌ର ପକ୍ଷରୁ ଏହି ସର୍ଭେ କରାଯାଇଛି। ସର୍ଭେରେ ସବୁଠୁ ଭଲ ମୁଖ୍ୟମନ୍ତ୍ରୀଙ୍କ ଗହଣରେ ବିଜେପିର ଜଣେ ହେଲେ ମୁଖ୍ୟମନ୍ତ୍ରୀ ନାହାନ୍ତି।

ସର୍ଭେ ଅନୁଯାୟୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦ୍ଵିତୀୟରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ତୃତୀୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ। ଏହା ପୂର୍ବରୁ ମଧ୍ୟ ଅନେକ ସର୍ଭେରେ ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଉପଲବ୍ଧି ହାସଲ କରି ସାରିଛନ୍ତି।

ଦେଶର ଟପ୍ ୧୦  ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

୧- ନବୀନ ପଟ୍ଟନାୟକ- ଓଡିଶା

୨- ଅରବିନ୍ଦ କେଜ୍ରିଓ୍ଵାଲ- ଦିଲ୍ଲୀ

୩ – ଜଗନମୋହନ ରେଡ୍ଡୀ- ଆନ୍ଧ୍ର ପ୍ରଦେଶ

୪ – ପି ବିଜୟନ- କେରଳ

୫ – ଉଦ୍ଧବ ଠାକରେ- ମହାରାଷ୍ଟ୍ର

୬ – ଭୂପେଶ ବଘେଲ- ଛତିଶଗଡ

୭ – ମମତା ବାନାର୍ଜୀ- ପଶ୍ଚିମବଙ୍ଗ

୮ – ଶିବରାଜ ସିଂହ ଚୌହ୍ଵାନ- ମଧ୍ୟ ପ୍ରଦେଶ

୯ – ପ୍ରମୋଦ ସାଓ୍ଵନ୍ତ- ଗୋଆ

୧୦ – ବିଜୟ ରୂପାଣୀ- ଗୁଜରାଟ

ଦେଶରେ ୫ ସବୁଠୁ ଖରାପ ମୁଖ୍ୟମନ୍ତ୍ରୀ

୧ – ତ୍ରିବେନ୍ଦ୍ର ସିଂହ ରାଓ୍ଵତ- ଉତ୍ତରାଖଣ୍ଡ

୨ – ମନୋହର ଲାଲ ଖଟ୍ଟର- ହରିୟାଣା

୩ – କ୍ୟାପ୍ଟେନ ଅମରିନ୍ଦର ସିଂହ- ପଞ୍ଜାବ

୪ – କେ ଚନ୍ଦ୍ର ଶେଖର- ତେଲେଙ୍ଗାନା

୫ – କେ ପଲାନି ସାମୀ- ତାମିଲନାଡୁ

   Related Posts