ଆକାଶ ମାର୍ଗରୁ ବାତ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | May 21, 2020 IST

ଭୁବନେଶ୍ବର୨୧/୫: ଅମ୍ପାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଉପକୂଳ ବର୍ତ୍ତୀ ଜିଲ୍ଲା। କରୋନା ଦୁଃଖ ବେଳେ ବତ୍ୟା ରାଜ୍ୟବାସୀଙ୍କ ପାଇଁ ପୁଣି ସଙ୍କଟ ଟାଣି ଆଣିଛି। ବତ୍ୟାଞ୍ଚଳର ସ୍ଥିତି ମୁଖ୍ୟମନ୍ତ୍ରୀ  ଅକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ।ଦୁଇଦିନ ଭିତରେ ଜିଲ୍ଲାପାଳ ମାନେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଥିବା ବେଳେ ରାଜ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି  କେନ୍ଦ୍ର କ୍ୟାବିନେଟ ସଚିବ।

wp:core-embed/twitter {"url":"https://twitter.com/Naveen_Odisha/status/1263468691070554113?s=20","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1263468691070554113?s=20
/wp:core-embed/twitter

ବାତ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ  ପ୍ରଭାବିତ ଅଞ୍ଚଳର ସ୍ଥିତି ଦେଖିଛନ୍ତି। ସେପଟେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗଓ୍ବବା ରାଜ୍ୟସରାକରଙ୍କ ସହ ଅମ୍ଫାନ କ୍ଷୟକ୍ଷତି ଉପରେ ଅଲୋଚନା କରିଛନ୍ତି।  ଏହି ବୈଠକରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କ୍ଷୟକ୍ଷତିର ପ୍ରାଥମିକ ଚିତ୍ର ଉପସ୍ଥାପନ କରିଛନ୍ତି। ଅମ୍ଫାନ ପ୍ରଭାବରେ ରାଜ୍ୟରେ ୮୯ ବ୍ଲକର ୧୫୦୦ ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୪୪ଲକ୍ଷ ୮୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଦୁଇ ଦିନ ଭିତରେ ଜିଲ୍ଲାପାଳ ମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ରିର୍ପୋଟ ଦେବାକୁ ନିର୍ଦେଶ  ଦିଆଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

ଏପଟେ ଅମ୍ଫାନ ପ୍ରଭାବରେ ବିଦ୍ୟୁତ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି। ବିଶେଷ କରି ବାଲେଶ୍ବର ଅଞ୍ଚଳ ବିଦ୍ୟତ କ୍ଷୟକ୍ଷତି ବେଶୀ ହୋଇଛି ।  ସେସୁ ୨୭ ଲକ୍ଷ, ନେସ୍କୋର ୧୬ ଲକ୍ଷ ଏବଂ ସାଉଥକୋର ୨ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ସେୁସୁ ଅଞ୍ଚଳରେ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି।  ଦୁଇଦିନ ଭିତରେ ନେସ୍କୋ ଅଞ୍ଚଳରେ ୯୦ ପ୍ରତିଶତ ବିଦ୍ୟୁତ ସେବା ଯୋଗାଇଦିଆଯିବ। ସେଥିପାଇଁ ଆଉ ଅଧିକ  ୧୫୮ ଟିମକୁ ନିୟୋଜିତ କରାଯାଇଛି। ବାକି ସମସ୍ତ କାର୍ଯ୍ୟ ୭ ଦିନ ଭିତରେ ଶେଷ ହେବ। ବିଦ୍ୟୁତ କର୍ମଚାରୀ ମାନେ ଦିନରାତି କାର୍ଯ୍ୟରେ ଲାଗିଛନ୍ତି।

କରୋନା ମହାମାରୀ ବେଳେ ବାତ୍ୟା ଅମ୍ଫାନ ଦୁଃଖର ପାହଡ ଲଦି ଦେଇଛି। ଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆସନ୍ତା କାଲି ଓଡିଶା ଓ  ପଶ୍ଚିମ ବଙ୍ଗର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.