ମାଟ୍ରିକ୍ ପରୀକ୍ଷା ନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 15, 2021 IST

ଭୁବନେଶ୍ବର ୧୫।୪: ମାଟ୍ରିକ୍ ପରୀକ୍ଷା ନେଇ ହୋଇପାରେ ବଡ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଟ୍ରିକ୍ ପରୀକ୍ଷା ନେଇ ବଡ ଘୋଷଣା କରିପାରନ୍ତି । କୋଭିଡ୍ ସ୍ଥିତିରେ ମାଟ୍ରିକ୍ ପରୀକ୍ଷା କିଭଳି ହେବ ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ବୁଧବାର ଦିନ ବାତିଲ ହୋଇଥିଲା CBSE ମାଟ୍ରିକ୍ ବୋର୍ଡ ପରୀକ୍ଷା ।

ଗୁରୁବାର ଦିନ ସିବିଏସଇ ଦଶମ ପରୀକ୍ଷା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବର୍ତ୍ତମାନ ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ଅନୁଧ୍ୟାନ କଲା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ ।

କେନ୍ଦ୍ର ସରକାର CBSE ବୋର୍ଡ ପରୀକ୍ଷା ବାତିଲ୍ କରିଥିଲେ।  ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।  କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟ୍ବିଟ୍ କରି ସୂଚନା ଦେଇଥିଲେ । ଛାତ୍ରଛାତ୍ରୀଙ୍କ କେଉଁ ଆଧାରରେ ମାର୍କ ଦିଆଯିବ ସେ ନିଷ୍ପତ୍ତ ସିବିଏସଇ ବୋର୍ଡ ନିଷ୍ପତ୍ତି ନେବ ବୋଲି ସେ କହିଥିଲେ । ମାର୍କରେ ସନ୍ତୁଷ୍ଟ ନହେଲେ ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇପାରିବେ । ସେପଟେ ବର୍ତ୍ତମାନ ପାଇଁ CBSE ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜୁନ୍ ୧ରେ ବୈଠକ ବସିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.