ମୁଖ୍ୟମନ୍ତ୍ରୀ କମଲନାଥ କହିଲେ, 'ବିଜେପି ଭୟଭୀତ, କଂଗ୍ରେସ ବିଧାୟକଙ୍କୁ ରଖାଯାଇଛି ବନ୍ଧକ'

Published By : Prameya-News7 Bureau | March 15, 2020 IST

ମଧ୍ୟପ୍ରଦେଶ୧୫/୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଛି ଲୁଚାଛପା ଖେଳ। ଏହି ସମୟରେ ମୁମ୍ୟମନ୍ତ୍ରୀ କମଲନାଥଙ୍କ ପ୍ରତିକ୍ରିୟା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ କମଲନାଥ କହିଛନ୍ତି ଯେ, ତାଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ଏଥିସହ ବିଜେପିକୁ କଡ଼ା ସମାଲୋଚନା କରିବାକୁ ମଧ୍ୟ କମଲନାଥ ଭୁଲି ନାହାନ୍ତି। ବିଜେପି ଭୟଭୀତ ଅଛି। ତେଣୁ ବିଧାୟକମାନଙ୍କୁ ବେଙ୍ଗାଲୁରୁରେ ବନ୍ଧକ କରି ରଖିଛନ୍ତି। ମଧ୍ୟପ୍ରଦେଶର ଜନସାଧାରଣ ବିଜେପିର ଏଭଳି ହରକତ ଦେଖି ସାରିଲେଣି। ବିଜେପି ସମ୍ପୂର୍ଣ୍ଣ ଭୟଭୀତ ଏ କଥା ଅଛପା କାହାକୁ ଅଛପା ନାହିଁ ବୋଲି କମଲନାଥ କହିଛନ୍ତି।

wp:core-embed/twitter {"url":"https://twitter.com/News18MP/status/1239175711929196544?s=20","type":"rich","providerNameSlug":"twitter","className":""}
https://twitter.com/News18MP/status/1239175711929196544?s=20
/wp:core-embed/twitter

କମଲନାଥ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କୁ ବିଜେପି ବେଙ୍ଗାଲୁରୁ ନେଇଯିବା ପଛରେ କର୍ଣ୍ଣାଟକ ପୋଲିସ୍ ଓ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି। ଏପରି କି ସେମାନଙ୍କ ଇସ୍ତଫାପତ୍ର ମଧ୍ୟ ବିଜେପିର କିଛି ନେତା ଦାଖଲ କରିଛନ୍ତି।​‌ କଂଗ୍ରେସ ବିଧାୟକଙ୍କୁ ବନ୍ଦୀ କରି ରଖାଯାଇଥିବା କମଲନାଥ ସ୍ପଷ୍ଟ ଭାବେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.