ଢେଙ୍କାନାଳ ଜିଲ୍ଲାର ୪୧ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ, ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 29, 2021 IST

ଢେଙ୍କାନାଳ ୨୯/୧୧ : ହାଇସ୍କୁଲ ପିଲାମାନଙ୍କୁ ଗୁଣାତ୍ମକ ତଥା ନୂତନ ଜ୍ଞାନକୌଶଳ ସାଙ୍ଗକୁ ଶିକ୍ଷାର ଉନ୍ନତିକରଣ ମାଧ୍ୟମରେ ଶିକ୍ଷା ଦାନ ପାଇଁ ଓଡିଶା ସରକାରଙ୍କ ୫ଟି ଉପକ୍ରମରେ ସ୍କୁଲ ରୂପାନ୍ତରଣ ଆରମ୍ଭ ହୋଇଛି ।  ଆଜି ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା ସମେତ ୬ଟି ଜିଲ୍ଲାର ୨୩୯ଟି ସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏଥିପାଇଁ ରାଜ୍ୟର ୬ଟି ଜିଲ୍ଲାରେ ରୂପାନ୍ତରିତ ହେଉଥିବା ସ୍କୁଲ ଗୁଡିକ ନୂଆରୁପରେ ସଜେଇ ହୋଇଛି ।

ତେବେ ଢେଙ୍କାନାଲ ଜିଲ୍ଲାର ସର୍ବ ପୁରାତନ ସ୍କୁଲ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ସମେତ ୪୧ସ୍କୁଲ ରୂପାନ୍ତରିତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫ଟା ୩୦ମିନିଟ ସମୟରେ ଏହି ସ୍କୁଲ ଗୁଡିକ ରୂପାନ୍ତରଣର ଲୋକାର୍ପଣ କରିଛନ୍ତି । ଏଥିପାଇଁ ଢେଙ୍କାନାଲ ବିବି ହାଇସ୍କୁଲ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯାଇଥିଲା । ଏଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପରିଷଡଦ ଅଧ୍ୟକ୍ଷା ମିନତୀ ନାୟକ, ବ୍ଲକ ଅଧ୍ୟକ୍ଷା ପ୍ରମୁଖଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସରୋଜ ସେଠୀ ଉତ୍ସବର ସଭାପତିତ୍ୱ କରିଥିଲେ । ଏହି ଅବସରରେ ପିଡ଼ି ଡିଆରଡିଏ, ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ରୂପାନ୍ତରିତ ଲୋକାର୍ପଣ ହେବାକୁ ଥିବା ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ତେବେ ଏହି ଅବସରରେ ଦ୍ୱିତୀୟ ଦଫାରେ ଜିଲ୍ଲାର ୮୧ଟି ସ୍କୁଲକୁ ରୁପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ୫-ଟି ସଚିବ ଭିକେ ପଣ୍ଡିଆନ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.