କଟକରେ ରାଜ୍ୟର ପ୍ରଥମ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 05, 2018 IST

କଟକ ସିଡିଏ ସେକ୍ଟର-୧୩ ରେ ମୌଲାନା ଆଜାଦ୍ ଜାତୀୟ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟ କଟକ କ୍ୟାମ୍ପସ୍ ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ଏକର ପରିମିତ ଯାଗାରେ ତିଆରି ହେବ କ୍ୟାମ୍ପସ୍ । ଏହି କ୍ୟାମ୍ପସ୍ ରେ ଆଇ ଟି ଆଇ ଓ ପଲିଟେକନିକ୍ ଡିପ୍ଲୋମାର ୪ ଟି କୋର୍ସ ପଢାଯିବ । ଏଠାର ଏକକାଳୀନ ୭ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ । ଆସନ୍ତା ଦେଢ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ । [embed]https://youtu.be/xd9twyJuRMs[/embed] ମୌଲାନା ଆଜାଦ୍ ଜାତୀୟ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟ କଟକ କ୍ୟାମ୍ପସ୍ ର ଶିଳାନ୍ୟାସ । କଟକ ସିଡିଏ ସେକ୍ଟର -୧୩ ରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ଏହି କ୍ୟାମ୍ପସ୍ ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଆଇ ଟି ଆଇ ଓ ତିନି ବର୍ଷିଆ ପଲି ଟେକ୍‌ନିକ୍ ଡିପ୍ଲୋମାର ୪ଟି ପାଠ୍ୟକ୍ରମ ଖୋଲାଯିବ । ସେକ୍ଟର ୧୩ରେ ରାଜ୍ୟ ସରକାର କଟକ କ୍ୟାମ୍ପସ୍ ପାଇଁ ୫ ଏକର ଯାଗା ଯୋଗାଇ ଦେଇଛନ୍ତି । ଆସନ୍ତା ଦେଢ ବର୍ଷ ଭିତରେ କ୍ୟାମ୍ପସ୍ ରେ ନିର୍ମାଣ ଶେଷ ହୋଇ ପାଠ ପଢା ଆରମ୍ଭ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହାଇଦ୍ରାବାଦ୍ ପରେ ଦେଶରେ ଏହା ହେଉଛି ମୌଲାନା ଆଜାଦ୍ ବିଶ୍ୱବିଦ୍ୟାଳୟର ପ୍ରଥମ ସମ୍ପ୍ରସାରିତ କ୍ୟାମ୍ପସ୍ । ସଂଖ୍ୟାଲଘୁ ମାନଙ୍କର ଶସକ୍ତିକରଣ ପାଇଁ ରାଜ୍ୟ ସରକାର ଆଗ୍ରହ ଦେଖାଇଥିବାରୁ ବିଶ୍ବବିଦ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦିଆଯାଇଛି । ଏହି କଟକ କ୍ୟାମ୍ପସ୍ ରେ ଛାତ୍ର ଛାତ୍ରୀ ମାନେ ମାତ୍ର ପାଞ୍ଚ ଶହ ପଚାଶ ଟଙ୍କା ମାସିକ ଫିସ୍ ଓ ବାର୍ଷିକ ମାତ୍ର ସାଢେ ପାଞ୍ଚ ହଜାର ଟଙ୍କାରେ ବୈଷୟିକ ତାଲିମ୍ ନେଇ ପାରିବେ । ବିଶେଷ କରି ଏଠାରୁ ଛାତ୍ର ଛାତ୍ରୀ ମାନେ ପାଶ୍ କରିବା ପରେ ସେମାନଙ୍କର କ୍ୟାମ୍ପସ୍ ପ୍ଲେସମେଣ୍ଟ ପାଇଁ ମଧ୍ୟ ବିଶ୍ବବିଦ୍ୟାଳୟ ଯୋଜନା କରିବ ବୋଲି ଉପଦେଷ୍ଟା ଏମ୍ କ୍ୟୁ ଖାନ କହିଛନ୍ତି । ତେଣୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଆର୍ଥିକ ମାନଦଣ୍ଡରେ ପରିବର୍ତ୍ତନ ଆଣିବାରେ ଏହି ଅନୁଷ୍ଠାନ ବିଶେଷ ଲାଭଦାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.