ରାଉରକେଲାରେ ହେବ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ, ଖେଳାଯିବ ଆଗାମୀ ବିଶ୍ୱକପ୍
24/12/2020 at 3:29 PM

ଭୁବନେଶ୍ୱର ୨୪।୧୨: ପୁଣି ଥରେ ଆୟୋଜନ ହେବ ହକି ବିଶ୍ୱକପ୍ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଏହାକୁ ଦୃଷ୍ଟିରେ ରଖି ରାଉରକେଲାରେ ନିର୍ମାଣ ବିଶ୍ୱସ୍ତରୀୟ ଷ୍ଟାଡିୟମ । ଯେଉଁଠି ଖେଳାଯିବ ଆଗାମୀ ହକି ବିଶ୍ୱକପ । ଏହା ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଉରକେଲାର ବିପିୟୁଟି କ୍ୟାମ୍ପସରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ । ପ୍ରାୟ ୧୫ ଏକର ଜାଗାରେ ନିର୍ମାଣ ହେବ ଷ୍ଟାଡିୟମ । ଏଥିରେ ପ୍ରାୟ ୨୦ହଜାର ଦର୍ଶକ ଏକା ସାଙ୍ଗେ ବସି ମ୍ୟାତ୍ ଦେଖିବାର ବ୍ୟବସ୍ଥା କରାଯିବ । ଆଗାମୀ ଦିନରେ ହେବାକୁ ଥିବା ୨୦୨୩ ହକି ବିଶ୍ୱକପ୍ ଖେଳାଯିବ। ଏହାସହିତ ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ରେ ସିନ୍ଥେଟିକ୍ ଟର୍ଫ କାମ ଚାଲିଛି।
୨୦୧୮ରେ ପୁରୁଷ ହକି ବିଶ୍ୱକପ୍ର ସଫଳତାର ସହ ଆୟୋଜନ ପରେ ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍’ ଆୟୋଜନ କରିବାକୁ ଓଡିଶାକୁ ପୁଣିଥରେ ସୁଯୋଗ ମିଳିଛି । ସୁନ୍ଦରଗଡ଼ ହକିର ଗଡ ବୋଲି କୁହାଯାଏ । ଖାସ୍କରି ଏହି ଜିଲ୍ଲାରୁ ଅନେକ ପ୍ରତିଭାମାନ ହକି ଖେଳାଳି ସୃଷ୍ଟି କରିଛନ୍ତି । ତେଣୁ ଆଗାମୀ ଦିନରେ ଏହି ଜିଲ୍ଲାରେ କିପରି ହକିର ବିକାଶ ହେବ, ସେନେଇ ରାଜ୍ୟ ସରକାର ଅନେକ ଘୋଷଣା କରିଛନ୍ତି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ଘୋଷଣା କରିଛନ୍ତି । ରାଉରକେଲାରେ ପ୍ରସ୍ତୁତ ହେବ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ । ଯାହାକି ୧୫ ଏକର ଜାଗାରେ ନିର୍ମାଣ ହେବ, ଏଥିରେ ପ୍ରାୟ୨୦ହଜାର ଲୋକ ଏକାସାଙ୍ଗେ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ ।