ବାରଘର ପ୍ରଭାବିତକୁ ଭେଟିଲେ ମୁଖ୍ୟମନ୍ତ୍ରୀ : ଥଇଥାନ ପାଇଁ କଲେ ବଡ ଘୋଷଣା, ବାତ୍ୟା ମୃତ୍ୟୁ ସଂଖ୍ୟା ଛୁଇଁଲା ୫୭

Published By : Prameya-News7 Bureau | October 17, 2018 IST

ଭୁବନେଶ୍ବର୧୭|୧୦: ବାରଘର ପ୍ରଭାବିତକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଯାଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ସେମାନଙ୍କ ଥାଇଥାନ ବଡ ଘୋଷଣା କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ତିତଲୀ ବିପନ୍ନଙ୍କୁ ଭେଟି ଆଲୋଚନା କରୁଥିବାବେଳେ ସଚିବାଳୟ ମୁଖ୍ୟଶାସନ ସଚିବ କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି।  ମୁତ୍ୟୁ ସଂଖା ୫୭ ଛୁଇଁ ଥିବାବେଳେ  ୨ହଜାର ୨ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରଥମିକ ଆକଳନରୁ ଜଣା ପଡିଛି। ୨୦ ତାରିଖରେ ସରକାରଙ୍କୁ ଏସଆରସି ଦେବେ ପ୍ରାଥମିକ କ୍ଷୟକ୍ଷତି ରିର୍ପୋଟ… ବାରଘର ପ୍ରଭାବିତ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ତିତଲୀ ବିପନ୍ନଙ୍କ ସହ ଆଲୋଚନା କରିବାରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ, ପାହଡ ଉପରେ ବସବାସ କରୁଥିବା ୭୬ ପରିବାରକୁ ପାହଡ ତଳେ ଥଇଥାନ କରାଯିବ। ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ବାରଘରର ୨୦ଟି ପରିବାରରୁ ୧୧ ଟି ପରିବାରକୁ ଜମିପଟ୍ଟା ପ୍ରଦାନ କରିଥିଲେ। ଏହା ସହ ମୁଖିଆଙ୍କୁ ହରାଇଥିବା ପରିବାରର ଶିଶୁ ମାନଙ୍କୁ ସରକାର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହସହ ସେମାନେ ସ୍ବାବଲମ୍ବୀ ହେଲା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଦାୟୀତ୍ବ ନେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଘୋଷଣା କରିବା ବରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଭଞ୍ଜନଗର ଆସି ମୁଖ୍ୟଶାସନ ସଚିବଙ୍କ ସହ ଭିଡିକନଫରେନସ ଜରିଆରେ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ।  ତୁରନ୍ତ ବିଜୁ ପକ୍କଘର ଯୋଗାଇ ଦେବାକୁ ମୁଖ୍ୟଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.