ଶ୍ରୀଜୀଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି, ବୁଲିଦେଖିଲେ ହେରିଟେଜ କରିଡୋର

Published By : Prameya-News7 Bureau | September 25, 2021 IST

ପୁରୀ ୨୫/୦୯: ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରାମାନ୍ନା । ତାଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ, ଏସ୍‌ପି , ଛତିଶା ନିଯୋଗ ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ । ଏହାସହ ଗଲାବେଳେ ଅରୁଣ ସ୍ତମ୍ଭ ନିକଟରେ ୫୦୦ ଟଙ୍କା ଦାନ କରିଛନ୍ତି ।

wp:gallery {"ids":[517171],"linkTo":"none"} /wp:gallery

ଗତ ସନ୍ଧ୍ୟାରେ ଆସି ପୁରୀରେ ପହଂଚିଥିଲେ ପ୍ରଧାନ ବିଚାରପତି ଏନ ଭି ରାମାନ୍ନା । ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭି.କେ ପାଣ୍ଡିଆନ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ଓ ଏସପି ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ପରେ ପ୍ରାୟ ରାତି ଏଗାରଟାରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ଦେଖିଥିଲେ ।

wp:gallery {"ids":[517172],"linkTo":"none"} /wp:gallery

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିବାରୁ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ବାର ସମ୍ମୁଖ ଅଂଚଳରେ ବୁଲିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ହେରିଟେଜ କରିଡୋର ଓ ସୁରକ୍ଷା ଜୋନର କାମ ସମ୍ପର୍କରେ ଅବଗତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.