Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋର୍ଟରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ପ୍ରଶ୍ନ “ଚୌକିଦାର କିଏ ?”…

23/04/2019 at 1:52 PM

ନୂଆଦିଲ୍ଲୀ ୨୩/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଚୌକିଦାର ଚୋର ହେ’ ବୟାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି | ରାହୁଲ କହିଥିଲେ ଯେ, ସୁପ୍ରିମକୋର୍ଟ ମଧ୍ୟ ଚୌକିଦାରକୁ ଚୋର ବୋଲି ସ୍ୱୀକାର କରିଛନ୍ତି | ସୁପ୍ରିମକୋର୍ଟରେ ଯେତେବେଳେ ଶୁଣାଣି ଆରମ୍ଭ ହୋଇଥିଲା ସେତେବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏକ ପ୍ରଶ୍ନ କରିଥିଲେ ଯେଉଁ ପ୍ରଶ୍ନ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଗୋଗୋଇ ପଚାରିଥିଲେ ଚୌକିଦାର କିଏ ?


କୋର୍ଟରେ ଶୁଣାଣି ଆରମ୍ଭ ହେବାପରେ ଗୋଗୋଇ କହିଥିଲେ ଯେ, ସେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଜବାବ ପଢି ନାହାନ୍ତି | ରାହୁଲ ଗାନ୍ଧୀଙ୍କ ବିରୋଧରେ ଆବେଦନ କରିଥିବା ମିନାକ୍ଷୀ ଲେଖିଙ୍କ ଓକିଲଙ୍କୁ ନିଜ ଜବାବ ରଖିବା ପାଇଁ କହିଥିଲେ ଗୋଗୋଇ | ମିନାକ୍ଷୀ ଲେଖିଙ୍କ ଓକିଲ ମୁକୁଲ ରାହତୋଗୀ କହିଥିଲେ ଯେ, ରାହୁଲ ଯେଉଁ ଚୌକିଦାର ଚୋର ହେ ବୟାନ ଦେଇଥିଲେ ସେଥିପାଇଁ ସେ ନିଜ ଭୁଲ ସ୍ୱୀକାର କରିଛନ୍ତି | ଓକିଲଙ୍କ ଏହି ଜବାବରେ ଗୋଗୋଇ ମୁକୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, ଚୌକିଦାର କିଏ ?


ଗୋଗୋଇଙ୍କ ପ୍ରଶ୍ନର ଜବାବ ରଖିଥିଲେ ରହତୋଗୀ | ସେ କହିଥିଲେ ଯେ, ରାହୁଲ ଗାନ୍ଧୀ ପୁରା ଦେଶକୁ କହୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଚୌକିଦାର’ ଆଉ ସେ ଚୋର | ରାହୁଲଙ୍କ ବୟାନରେ ସୁପ୍ରିମକୋର୍ଟ ମଧ୍ୟ ନିଜ ସହମତି ଦେଇଛନ୍ତି ବୋଲି ରାହୁଲ କହିଥିଲେ | କିନ୍ତୁ ସୁପ୍ରିମକୋର୍ଟ ଏମିତି କିଛି କହିନଥିଲେ | ଏହାପରେ ଗୋଗୋଇ ମିନାକ୍ଷୀଙ୍କ ଓକିଲଙ୍କ କହିଥିଲେ ରାହୁଲ ଗାନ୍ଧୀଙ୍କ ଆବେଦନରେ ନିଜ ଜବାବ ଦାଖଲ କରନ୍ତୁ |


ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁବେଳେ ଚୌକିଦାର ଚୋର ହେ ବୋଲି କହୁଛନ୍ତି | ସେ ଆହୁରି କହିଥିଲେ ଯେ, ସୁପ୍ରିମକୋର୍ଟ ମଧ୍ୟ ଏହା ସ୍ୱୀକାର କରୁଛନ୍ତି | ଏହାପରେ ବିଜେପି ନେତ୍ରୀ ମିନାକ୍ଷୀ ଲେଖି କୋର୍ଟରେ ରାହୁଲଙ୍କ ବିରୋଧରେ ଆବେଦନ କରିଥିଲେ | ଗତକାଲି ନିଜ ବୟାନ ପାଇଁ ରାହୁଲ ଗାନ୍ଧୀ ଭୁଲ ସ୍ୱୀକାର କରିଥିଲେ | ସେ କହିଥିଲେ ନିର୍ବାଚନ ମାହୋଲରେ ଉତ୍ତେଜିତ ହୋଇ ସେ ଏହିଭଳି ବୟାନ ଦେଇଥିଲେ | ଯେଉଁଥିପାଇଁ ସେ ଦୁଃଖିତ |

   Related Posts