Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମହିଳାଙ୍କୁ ନ୍ୟାୟାପାଳିକାରେ ମିଳୁ ୫୦ ପ୍ରତିଶତ ସଂରକ୍ଷଣ, ସେମାନେ ଏହାର ହକଦାର: ପ୍ରଧାନ ବିଚାରପତି

26/09/2021 at 8:17 PM

ନୂଆଦିଲ୍ଲୀ ୨୬।୦୯: ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣର ଆବଶ୍ୟକତା ରହିଛି। ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନଭି ରମନ୍ନା।  ସେ କହିଛନ୍ତି, ଦେଶର ସମସ୍ତ ଆଇନ ବିଦ୍ୟାଳୟରେ ମହିଳାଙ୍କ କିଛି ପ୍ରତିଶତ ସଂରକ୍ଷଣ ରହିବା ଉଚିତ୍। ଏଥିପାଇଁ ସରକାରଙ୍କୁ ସୁପାରିଶ କରାଯିବାର ଆବଶ୍ୟକତା ରହିଛି। ଏହା ମହିଳାଙ୍କ ଅଧିକାର ଏବଂ ଏହାକୁ ହାସଲ କରିବାକୁ ସେମାନେ ହକଦାର।

ସୁପ୍ରିମକୋର୍ଟରେ ନିଯୁକ୍ତ ୯ ନୂତନ ଜଜଙ୍କ ସମ୍ମାନରେ ଆୟୋଜିତ ସମାରୋହରେ ସୁପ୍ରିମକୋର୍ଟ ମହିଳା ଓକିଲଙ୍କୁ ସମ୍ବୋଧିତ କରି ଏହା କହିଛ ପ୍ରଧାନ ବିଚାରପତି ଏନଭି ରମନ୍ନା। ସେ କହିଛନ୍ତି, ଦଶହରା ପରେ ଉଚ୍ଚତମ ନ୍ୟାୟାଳୟର କକ୍ଷରେ ପ୍ରତ୍ୟେକ୍ଷ ଶୁଣାଣି ହେବାର ସମ୍ଭାବନା ଉପରେ ବିଚାର କରାଯାଉଛି। ଅଦାଲତ ବର୍ତ୍ତମାନ ଚିକିତ୍ସା ପରାମର୍ଶର ପାଳନ କରୁଛି। କାରଣ ଜଜମାନେ ସିଟ୍ ପଛପଟେ ବସିଥାନ୍ତି। କିନ୍ତୁ ଓକିଲ ଶୁଣାଣି ବେଳେ ପରସ୍ପରର ସାମ୍ନାରେ ଥାଆନ୍ତି। ଏଥିପାଇଁ ଆମେ ଜଜଙ୍କଠୁ ଅଧିକ ଚିନ୍ତା ଓକିଲଙ୍କ ସ୍ଵାସ୍ଥ୍ୟ ଓ  ସୁରକ୍ଷାକୁ ନେଇ ରହିଛି। ସିଜେଆଇ କହିଛନ୍ତି, ସୁପ୍ରିମକୋର୍ଟ ଓକିଲଙ୍କ କୋର୍ଟ ରୁମରେ ପ୍ରବେଶ ପାଇଁ ଏସଓପିକୁ ସଂଶୋଧିତ କରାଯାଉଛି।

   Related Posts