ନିର୍ଭୟା ମାମଲା : ଦୋଷୀ ଅକ୍ଷୟ ସିଂହର ରିଭ୍ୟୁ ପିଟିସନ ଶୁଣାଣିରୁ ଓହରିଲେ CJI, ଦିନେ ଘୁଞ୍ଚିଲା ବିଚାର

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ ୧୭।୧୨: ନିର୍ଭାୟା ମାମଲାରୁ ଓହରିଲେ ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟରେ ବୁଧବାରକୁ  ଘୁଞ୍ଚିଲା ନିର୍ଭୟା ମାମଲାର ଶୁଣାଣି। ବୁଧବାର ଦିନ୧୦.୩୦ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି ।  ସୁପ୍ରିମକୋର୍ଟ ଏକ ନୂତନ ବେଞ୍ଚ ଏହି ମାମଲାର ଶୁଣାଣି କରିବେ । ତେବେ ନୂତନ ବେଞ୍ଚରେ ସାମିଲ ହେବେନାହିଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍ ,ଏ ବୋବଡେ।

{"id":198847,"sizeSlug":"large"}

ଦୋଷୀ ଅକ୍ଷୟ ସିଂହର ମୃତ୍ୟୁଦଣ୍ଡର ପୁନର୍ବିଚାର ଆବେଦନ ଉପରେ ରାୟ ସୁପ୍ରିମକୋର୍ଟରେ ଶୁଣାଣି । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ଦୋଷୀ ଅକ୍ଷୟ ସିଂହ, ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଯଦି ପୁନର୍ବିଚାର ଆବେଦନକୁ ଖାରଜ କରିଦିଆଯାଏ, ତେବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅପରାଧୀ ମାନଙ୍କର ମୃତ୍ୟୁଦଣ୍ଡ ପାଇବାର ପଥ ପରିଷ୍କାର ହୋଇଯିବ । ସେପଟେ ବଢୁଥିବା ପ୍ରଦୂଷଣ କାରଣରୁ ଆୟୁ କମି ଯାଉଥିବାରୁ ମୃତ୍ୟୁଦଣ୍ଡର ଆବଶ୍ୟକତା ନଥିବା କହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ଏହାସହ ଅକ୍ଷୟ ନିଜ ଆବେଦନରେ କହିଛି ଯେ ମୃତ୍ୟୁଦଣ୍ଡ ଅପରାଧୀକୁ ମାରିବ ଅପରାଧକୁ ନୁହେଁ । ଏଣୁ ମୃତ୍ୟୁଦଣ୍ଡର ପୁନର୍ବିଚାର ସହ ସଂସ୍କାର ଆଣିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇସାରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.