ଓଡିଶାର ୯ଟି ବୁଥରେ ସାନି ମତଦାନ ଗୁରୁବାର

Published By : Prameya-News7 Bureau | April 23, 2019 IST

ଭୁବନେଶ୍ବର ୨୩।୪ :  ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଏବଂ ବିଧାନସଭା ଭୋଟ ଗ୍ରହଣ ବେଳେ ଦେଖାଦେଇଥିବା ବିଭିନ୍ନ ତୃଟି ଲାଗି ଆସନ୍ତା ୨୫ ତାରିଖ ଗୁରୁବାର ସାନି ମତଦାନ ହେବ। ଏଥିରେ  ୪ଟି ଜିଲ୍ଲାର ୯ଟି ବୁଥରେ ପୁଣି ଭୋଟ ହେବାକୁ ଥିବା ବେଳେ ମତଦାତା ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏ ନେଇ ନିର୍ବାଚନ ଅଧିକାରୀ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ୨୩ ଏପ୍ରିଲ ପତ୍ର ସଂଖ୍ୟା ୯୩୪୯ରେ ସୂଚିତ କରିଥିବା କହିଛନ୍ତି।

{"id":106485,"width":591,"height":394}

ଗୁରୁବାର ଯେଉଁସବୁ ସ୍ଥାନରେ ସାନି ମତଦାନ ହେବ ସେଗୁଡିକ ହେଲା ସୁନ୍ଦରଗଡ-୨ ଲୋକସଭା ସଂରକ୍ଷିତ ଆସନର ବଣେଇ ବିଧାନସଭା ଅନ୍ତର୍ଗତ କେନ୍ଦ୍ରକେଲା ଉପରପଡା ୧୨୯ ନମ୍ବର ବୁଥ ଓ ସୁନ୍ଦରଗଡ- ସଂରକ୍ଷିତ ବିଧାନସଭା ଆସନର ୨୧୩ ନମ୍ବର ରଙ୍ଗଢିପା ବୁଥ, ସେହିପରି ୧୩ କନ୍ଧମାଳ ଲୋକସଭା ଆସନର ୧୨୧ ଦଶପଲ୍ଲା  ବିଧାନସଭା ସଂରକ୍ଷିତ ଆସନ   ବାହାଡାଝୋଲା-୧ ର ୨୧୦ ନମ୍ବର ବୁଥ ଓ ବେତନଟି ୨୨୨ ନମ୍ବର ବୁଥ ପାଇଁ ମତଦାନ ହେବ।

{"id":106486}

ସେହିପରି ବରଗଡ ଲୋକସଭା ଆସନ ଅନ୍ତର୍ଗତ ଅତାବିରା ବିଧାସଭା ସଂରକ୍ଷିତ ଆସନର ଅରେଇଗୁଡି ୨୩୫ ନମ୍ବର ବୁଥ ,ବରଗଡ-୩ ବିଧାନସଭାର ଶକ୍ତିନଗର ୬୮ ନମ୍ବର ବୁଥ, ପଦମପୁର ୧ନମ୍ବର ବିଧାନସଭା ଆସନର ଡଭା ୧୬ନମ୍ବର ବୁଥ ଓ ବ୍ରଜରାଜନଗର  ଚାରମାଲ ପ୍ରୋଜେକ୍ଟ ବୁଥ ନମ୍ବର ୨୫୪ ସମେତ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧ ୯ ନମ୍ବର ଆସ୍କା  ଲୋକସଭା ଆସନର ୧୨୯ ବିଧାନସଭା ଅନ୍ତର୍ଗତ ରେଣ୍ଟାଇ ୧୮୨ ନମ୍ବର ବୁଥରେ ମତଦାନ ହେବ।

ମତଦାନ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ।ଉପରୋକ୍ତ ମତଦାନ କେନ୍ଦ୍ରଗୁଡିକରେ ମତଦାନ ବ୍ୟହତ ହୋଇଥିବାନେଇ ଅଭିଯୋଗ ହୋଇଥିବା ବେଳେ ପୁନଃ ମତଦାନ ନିମନ୍ତେ ନିର୍ବାଚନ ଆୟୋଗହ୍କୁ ସୁପାରିଶ ହୋଇଥିଲା । ସେହି ଅନୁସାରେ ସମ୍ପୃକ୍ତ ବୁଥମାନଙ୍କରେ ସାନି ମତଦାନ ପାଇଁ ନିଷ୍ପତି ହୋଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.