ଲୋକସଭା ନିର୍ବାଚନ: କେବଳ ୟୁପିରୁ ଏପର୍ଯ୍ୟନ୍ତ ଜବତ ହୋଇଛି ନଗଦ ୧୮୦.୩୧ କୋଟି ଟଙ୍କା

Published By : Prameya-News7 Bureau | April 28, 2019 IST

ଲକ୍ଷ୍ନୌ ୨୮।୪:  ଲୋକସଭା ନିର୍ବାଚନ ପାଇଁ ଏବେ ଉତ୍ତରପ୍ରଦେଶରେ ଆଚରଣ ବିଧି ପାଳନ ହେଉଛି । ଆଦର୍ଶ ଆଚରଣ ସଂହିତା ପାଳନ ନିମନ୍ତେ ଆୟକର, ନାରକୋଟିକ୍ସ, ପୋଲିସ ଓ ଅବକାରୀ ବିଭାଗ ଦ୍ବାରା ପ୍ରଦେଶରେ ଚାଲିଥିବା ଚଢଉରେ ଏପର୍ଯ୍ୟନ୍ତ ନଗଦ ୧୮୦ କୋଟି ୩୧ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ବିପୁଳ ପରିମାଣରେ ସୁନା,ରୂପା ଓ ଅବକାରୀ ସାମଗ୍ରୀ ଜବତ ହୋଇଛି । ପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଏଲ.ଭେଙ୍କଟଶ୍ବର ଲୁ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ଏହି ସୂଚନା ଦେଇଛନ୍ତି ।

{"id":108551}

 କେବଳ ଆୟକର ବିଭାଗ ନଗଦ ୪୨.୫୫ କୋଟି ଟଙ୍କା ଜବତ କରିଛି । ଏହା ଛଡା ପୋଲିସ ଓ ନାରକୋଟିକ୍ସ ବିଭାଗ ମିଳିତ ଚଢଉରେ ୨୩.୨୭ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ଚରସ ଓ ସ୍ମାକ ଆଦି ଜବତ କରିଛି । ସେହିପରି ବିଭିନ୍ନ ସ୍ଥାନରୁ ୭୧.୫୯ କୋଟିଟଙ୍କାର ବହୁମୂଲ୍ୟ ଧାତୁ ଜବତ କରିଛି । ଅବକାରୀ ବିଭାଗ ପକ୍ଷରୁ ପ୍ରଦେଶର ବିଭିନ୍ନ ସ୍ଥାନରୁ ୪୨.୯ କୋଟି ଟଙ୍କାର ମଦ ଜବତ ହୋଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ । ସେହିପରି ନିର୍ବାଚନ ପାଇଁ ବିନାଅନୁମତିରେ ମିଟିଂ, ଲାଉଡ ସ୍ପିକର ଓ ଉତ୍ତେଜକ ଭାଷଣ ନେଇ ୩ହଜାର ୮୪୬ଟି ମାମଲା ନିର୍ବାଚନ ଅଧିକାରୀଙ୍କ ନଜରକୁ ଆସିଥିବା ବେଳେ ୧ ହଜାର ୪୮୪ଟି ପ୍ରକରଣରେ ଏତଲା ରୁଜୁ ହୋଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି।

{"id":108552}

ଆଇନଶୃଙ୍ଖଳା ଦୃଷ୍ଟିରୁ ପ୍ରଦେଶରେ ୮ଲକ୍ଷ ୮୪ ହଜାର ୮୭୦ଟି ଲାଇସେନ୍ସୀ ଅସ୍ତ୍ର ଜବତ ହୋଇଥିବା ବେଳେ ୯୭୮ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ୩୧ ହଜାର ୮୩୯ଜଣଙ୍କ ବିରୋଧରେ ଜାମି ବିହୀନ ଓ୍ବାରେଣ୍ଟ ଜାରି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୬୪ ହଜାର ୭୮୪ ଜଣଙ୍କୁ ଅଟକ ରଖାଯାଇଛି । ଏହା ଛଡା ୭୨ହଜାର ୭୪୩ କେଜି ବିସ୍ଫୋରକ ଜବତ କରାଯିବା ସହ ୧୩ହଜାର ୧୧୨ ରାଉଣ୍ଡ ଗୁଳି ଓ  ୪ହଜାର ୧୭୧ଟି ବୋମା ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.