Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

17/04/2019 at 1:03 PM

ଭୁବନେଶ୍ବର ୧୭।୪: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ । ମତଦାନରେ ଅଂଶଗ୍ରହଣ କରିବେ ପ୍ରାୟ ୭୬ ଲକ୍ଷ ୯୩ ହଜାର୧ ସହ ୨୩ ମତଦାତା । ମତଦାତାଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୩୯ ଲକ୍ଷ ୪୫ ହଜାର ୨୫, ମହିଳା ମତଦାତାଙ୍କ ସଂଖ୍ୟା ୩୭ ଲକ୍ଷ ୪୭ ହଜାର ୪ ଶହ ୯୩ । ଏହାସହ ତୃତୀୟ ଲିଙ୍ଗ ମତଦାତାଙ୍କ ସଂଖ୍ୟା ୬ଶହ୫ ।ତେବେ ଏମାନଙ୍କ ଭିତରେ ୧ ଲକ୍ଷ ୮ ହଜାର ୪ ଶହ ୫୮ ଭିନ୍ନକ୍ଷମ ଭୋଟର ରହିଛନ୍ତି ।

ସେହିପରି   ଆସନ୍ତାକାଲିର ମତଦାନ ଲାଗି   ୯ ହଜାର ୧ ଶହ ୧୭ ମତଦାନ କେନ୍ଦ୍ର ବ୍ୟବସ୍ଥା ହୋଇଛି । ତେବେ ସେମାନଙ୍କୁ  ସହାୟତା କରିବାକୁ ୧୭ ହଜାର ୮ ଶହ ୮୨ ସ୍ବେଚ୍ଛାସେବୀ ରହିଛନ୍ତି । ଏହି ନିର୍ବାଚନ ପରିଚାଳନା ଲାଗି ନିୟୋଜିତ ହୋଇଛନ୍ତି  ପ୍ରାୟ ୬୦ ହଜାର ପୋଲିଂ ଅଧିକାରୀ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି ।

ଏହି ସୂଚନା ଅନୁଯାୟୀ, ଆସନ୍ତାକାଲିର ଭୋଟ୍ କେନ୍ଦ୍ର ମଧ୍ୟରୁ ୮୮୪ ବୁଥରେ ୱେବ୍ କାଷ୍ଟିଙ୍ଗ୍, ୬୨୮ ବୁଥ୍‌ରେ ସିସି ଟିଭି ଲାଗିଛି ।ନିର୍ବାଚନ ଲାଗି ୮୯୨  ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।୩୩୧ ବୁଥ୍‌ରେ ଭିଡିଓଗ୍ରାଫି ବ୍ୟବସ୍ଥା ସହ ୨୫ ଜଣ ଷ୍ଟିଲ୍‌ ପଟୋଗ୍ରାଫରଙ୍କୁ ନିୟୋଜିତ କରାଯାଇଛି । ସେକ୍ଟର ଅଫିସରଙ୍କ ଗାଡ଼ିରେ ଜିପିଏସ୍ ଟ୍ରାକିଙ୍ଗ୍‌ ବ୍ୟବସ୍ଥା କରାଯାଇଛି ।

   Related Posts